ପଥ ଉତ୍ସବରେ ଦୁଲୁକୁଛି ରାଜଧାନୀ
ଭୁବନେଶ୍ୱର: ଶୀତୁଆ ସକାଳର ମଜା ନେଉଛନ୍ତି ରାଜଧାନୀବାସୀ । ଆଜି ରବିବାରରେ ରାଜଧାନୀରେ ପାଲ ହେଉଛି ପଥ ଉତ୍ସବ । ଗଣ୍ଡମୁଣ୍ଡାଠାରୁ ମଧୁସୂଦନ ପାର୍କ ପର୍ଯ୍ୟନ୍ତ ଚାଲିଛି ପଥ ଉତ୍ସବ ।

ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ ସହ ଅନ୍ୟ କଳାକାର ମାନେ ନିଜର କଳା ପ୍ରଦର୍ଶନ କରୁଛନ୍ତି । ଏହା ସହ ନାଚଗୀତରେ ମସଗୁଲ ହେଉଛନ୍ତି ଯୁବପିଢୀ । ନାଚ ଗୀତ ସାଙ୍ଗକୁ ଚାଲିଛି ଯୋଗ ଓ ପ୍ରାଣାୟମ ।
ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟ ବଲ, ଲୁଡୁ, କୁଇଜ୍ କମ୍ପିଟିସନ, ରଙ୍ଗୋଲୀ, ମ୍ୟାଜିକ ଶୋ, କ୍ଲେ ଆର୍ଟ, ଫେସ୍ ପେଣ୍ଟିଂ, ଜୁମ୍ବା ଆଦି ବିଭିନ୍ନ କାର୍ଯ୍ୟକ୍ରମ କରଯାଉଛି । ପଥୋତ୍ସବକୁ ପରିଚାଳନା କରିବାକୁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।












Click it and Unblock the Notifications