Get Updates
Get notified of breaking news, exclusive insights, and must-see stories!

ପାତାଳୀ ନଦୀ ଡଙ୍ଗା ବୁଡ଼ି ଘଟଣା, ଉଦ୍ଧାର ହେଲା 4 ଜଣଙ୍କ ମୃତଦେହ

କୋରାପୁଟ: ପାତାଳୀ ନଦୀରେ ଡଙ୍ଗାବୁଡ଼ି ଘଟଣାରେ ମିଳିଲା 4 ଜଣଙ୍କ ମୃତଦେହ । ନିଖୋଜ ଥିବା ଅନ୍ୟ 4 ଜଣଙ୍କର ମୃତଦେହ ଆଜି ଉଦ୍ଧାର ହୋଇଛି । ଏହି ଡଙ୍ଗା ବୁଡ଼ି ଘଟଣାରେ ପୂର୍ବରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା । ଏହା ପରେ ମୃତକଙ୍କ ସଂଖ୍ୟା 5ରେ ପହଞ୍ଚିଛି ।

Patali River

ଆଜି ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରେ ଜଗନ୍ନାଥ ଅର୍ଲାବଙ୍କ ଝିଅ ଶଶିରେଖା ଆର୍ଲାବ (35ବର୍ଷ), ମିଶ୍ର ଅର୍ଲାବଙ୍କ ଦୁଇ ଝିଅ ନବୀନା (14ବର୍ଷ) ଏବଂ ପୁଷ୍ପାଞ୍ଜଳି (5ବର୍ଷ), ଦେବ ଶିଶାଙ୍କ ଝିଅ ଶାନ୍ତି ଶିଶା (8ବର୍ଷ) ଅଛନ୍ତି । ପାଡୁଆ ଥାନା ଅନ୍ତର୍ଗତ କୁଲାରସିଂ ପଞ୍ଚାୟତ ତାନସିଂ ଗାଁର କାର୍ତ୍ତିକ ଶିଶାଙ୍କ ପତ୍ନୀ ଲାଲମଣି ଶିଶା (50ବର୍ଷ)ଙ୍କ ମୃତଦେହ ଗତକାଲି ଉଦ୍ଧାର ହୋଇଥିଲା ।

ସୂଚନା ଅନୁଯାୟୀ, ଗତକାଲି ସମସ୍ତେ ଆନ୍ଧ୍ରର ବଡଲା ଗ୍ରାମକୁ ସମ୍ପର୍କୀୟଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ । ସନ୍ଧ୍ୟାରେ ଫେରୁଥିବା ବେଳେ ନଦୀ ଘାଟରେ ଘଟୁଆଳ ନଥିବା ଦେଖିବାକୁ ପାଇଥିଲେ । କିନ୍ତୁ ଏକ ଦେଶୀ ଡ଼ଙ୍ଗା ଘାଟରେ ଥିବା ଦେଖି ଦୁଇ ମହିଳାଙ୍କ ସହ ତିନି ନାବାଳିକା ଡ଼ଙ୍ଗା ନେଇ ପାତାଳି ନଦୀପାର ହେଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ମଝି ନଈରେ ଡ଼ଙ୍ଗା ଭାରସ୍ୟାମ ହରାଇ ବୁଡି ଯିବାରୁ ସମସ୍ତେ ନିଖୋଜ ହୋଇଯାଇଥିଲେ ।
ଗୁରୁବାର ସକାଳେ ଲାଲମଣିଙ୍କ ଶବ ତାନସିଂ ନଦୀଘାଟରେ ଭାସୁଥିବା ଗ୍ରାମବାସୀ ଦେଖିଥିଲେ । ତୁରନ୍ତ ପାଡୁଆ ଥାନାକୁ ଖବର ଦିଆଯିବାରୁ ଦମକଳ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ନେଇ ପୋଲିସ ପହଞ୍ଚିଥିଲା । ସେହିପରି ଲାଲମଣିଙ୍କ ପରିବାର ସଦସ୍ୟ ବି ଘଟଣାସ୍ଥଳକୁ ଯାଇ ଶବ ଚିହ୍ନଟ କରିଥିଲେ ।ଲାଲମଣିଙ୍କ ସହ ଡଙ୍ଗାରେ ଯାତ୍ରା କରୁଥିବା ଅନ୍ୟମାନଙ୍କ ପତ୍ତା ନମିଳିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜଙ୍କ ସନ୍ଧାନ ମିଳିନଥିଲା, ଅନ୍ଧାର ହୋଇଯିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା ।

ଦୁଃଖଦ ଖବର ପାଇ ପଟାଙ୍ଗି ବିଧାୟକ ପିତମ କୁମାର ପାଢ଼ୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାର ସହ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+