ବଦଳିଲା ପାସପୋର୍ଟ ଅଫିସ୍ ଠିକଣା, ଏହି ସ୍ଥାନରେ ରହିଛି ନୂଆ ଅଫିସ୍ ଠିକଣା
ଭୁବନେଶ୍ୱର: ବଦଳିଲା ପାସପୋର୍ଟ ଅଫିସ୍ ଠିକଣା । ସୋମବାରଠାରୁ ଭୁବନେଶ୍ୱରର ପାସପୋର୍ଟ ସେବା କେନ୍ଦ୍ରକୁ ନୂଆ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୟୁନିଟ୍-8 ନୂଆପଲ୍ଲୀରେ ଥିବା ପାସପୋର୍ଟ ଅଫିସ ବର୍ତ୍ତମାନ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଓଡିସା ବିଜନେସ୍ ସେଣ୍ଟର କୋଠାରେ ରହିବ । ପ୍ଲଟ୍ ନଂ 30,31/982ରେ ପାସପୋର୍ଟ ସେବା କେନ୍ଦ୍ରର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହେବ ।

ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ଅଧୀନରେ ଥିବା ଭୁବନେଶ୍ୱର ୟୁନିଟ୍-8 ନୟାପଲ୍ଲୀରେ ଥିବା ପାସପୋର୍ଟ ସେବା କେନ୍ଦ୍ରକୁ ସୋମବାରଠାରୁ ରସୁଲଗଡ଼କୁ ସ୍ଥାନାନ୍ତର କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।
ନୂଆ ଠିକଣା:
ଗ୍ରାଉଣ୍ଡ ଫ୍ଲୋର, ଓଡ଼ିଶା ବ୍ୟବସାୟ କେନ୍ଦ୍ର,
ପ୍ଲଟ୍ ନମ୍ବର 30,31 / 982, ୟୁନିଟ୍ ନମ୍ବର 8-14
ରସୁଲଗଡ, ଭୁବନେଶ୍ୱର












Click it and Unblock the Notifications