ପୂରଣ ହେବ ନୀଳଗିରିବାସୀଙ୍କ ସ୍ୱପ୍ନ, ଗଡ଼ିବ ପାସେଞ୍ଜର ଟ୍ରେନ
ନୀଳଗିରି: ଆଜିଠାରୁ ନୀଳଗିରିରୁ ଗଡ଼ିବ ପାସେଞ୍ଜର ଟ୍ରେନ । ନୀଳଗିରି ରୁ ବାଲେଶ୍ୱରକୁ ଗଡ଼ିବ ଟ୍ରନ୍ । ଏହା ସହ ପୂରଣ ହେବ ନୀଳଗିରିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ନୀଳଗିରି ଗୋପୀନାଥପୁର ନିକଟରେ ନବ ନିର୍ମିତ ରେଳ ଷ୍ଟେସନରୁ ଗଡ଼ିବ ଟ୍ରେନ ।

ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି(ଶନିବାର) ଗୋପୀନାଥପୁର ନୀଳଗିରି ବାଲେଶ୍ୱର ନୂତନ ମେମୁ ଟ୍ରେନ୍ ସେବାକୁ ସବୁଜାପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିବେ । ଏହା ସହ ବାଲେଶ୍ୱର-ଗୋପୀନାଥପୁର ନୀଳଗିରି ଯାତ୍ରୀବାହୀ ଲାଇନ୍ ଲୋକାର୍ପଣ, ଉପମାର୍ଗ (ସବ୍ ୱେ) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବେତନଟୀ ରେଳ ଷ୍ଟେସନରେ ପିଆରଏସ୍ ବୁକିଂ କାଉଣ୍ଟରର ଉଦଘାଟନ କରିବେ ।
ଟ୍ରେନଟି ପ୍ରତିଦିନ ତିନିଥର ଲେଖାଏଁ ନୀଳଗିରିରୁ ବାଲେଶ୍ୱର ଯିବା ଆସିବା କରିବ । ପରବର୍ତ୍ତୀ ପର୍ଯ୍ୟାୟରେ ନୀଳଗିରିରୁ ଭୁବନେଶ୍ୱର ଓ କୋଲକାତାକୁ ଟ୍ରେନ ଚଳାଚଳ ଲାଗି ଯୋଜନା ରହିଛି ।
ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ନୀଳଗିରିବାସୀଙ୍କ ସ୍ୱପ୍ନ ଆଜି ସାକାର ହୋଇଛି । ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଉଛି । ଏହି ଟ୍ରେନରେ ସ୍କୁଲ କଲେଜ ପିଲା ବାଲେଶ୍ୱର ପାଠ ପଢ଼ିବାକୁ ଯାଇ ପୁଣି ଘରକୁ ଫେରି ପାରିବେ ।












Click it and Unblock the Notifications