ଆସନ୍ତା 5 ରେ ମାଲକାନାଗିରିରୁ ଉଡ଼ିବ ଯାତ୍ରୀବାହୀ ବିମାନ
ମାଲକାନଗିରି: ଉପାନ୍ତରୁ ଉଡ଼ିବ ଯାତ୍ରୀବାହୀ ବିମାନ । ମାଲକାନାଗିରିରୁ ଆସନ୍ତା 5 ତାରିଖରେ ଉଡିବ ଯାତ୍ରୀବାହୀ ବିମାନ । ଏନେଇ ଏୟାର୍ ଅନ୍ ଇଣ୍ଡିଆର ବିମାନ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ଆଜି (ଶୁକ୍ରବାର) ପୁଣି ଥରେ ଏୟାର୍ ଅନ୍ ଇଣ୍ଡିଆ ପକ୍ଷରୁ ମାଲକାନଗିରି ବିମାନ ବନ୍ଦରରେ ଟ୍ରାଏଲ ରନ କରାଯାଇଥିଲା । ଏୟାର୍ପୋର୍ଟ ଅଥୋରିଟି ଅଫ ଇଣ୍ଡିଆର ଏଭିଏସନ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା, କ୍ୟାପ୍ଟେନ ସବାରିଷ ଏସ୍. କୁମାର । ଏୟାର୍ପୋର୍ଟ ସୁରକ୍ଷା ମ୍ୟାନେଜର ଗୁରିବିଲ୍ଲି ଓ ଏୟାର୍ ଅନ୍ ଇଣ୍ଡିଆ ବିମାନର ମ୍ୟାନେଜର ସମ୍ବିଦ କୁମାର ନାୟକ ପ୍ରମୁଖ ମାଲକାନଗିରି ବିମାନ ବନ୍ଦରରେ ଅବତରଣ କରି ରନ୍ ୱେ ଓ ଟର୍ମିନାଲ ତଦାରଖ କରିଥିଲେ । ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଖୁବ୍ ଶୀଘ୍ର ଏଠାରୁ ଯାତ୍ରୀବାହୀ ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ।












Click it and Unblock the Notifications