ମହାନଦୀରେ ଫସିଲା ଯାତ୍ରୀବାହୀ ଡଙ୍ଗା. ପାଣି ମଝିରେ 3 ଘଣ୍ଟା ଅଟକିଲେ ଯାତ୍ରୀ
କେନ୍ଦ୍ରାପଡ଼ା: ନଦୀ ମଝିରେ ଫସିଲା ଡଙ୍ଗା । ପ୍ରାୟ 3 ଘଣ୍ଟା ଧରି ପାଣି ମଝିରେ ଫସି ରହିଲେ ଯାତ୍ରୀ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ରେ ।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବାହାକୂଦ ମୂଷାଡ଼ିଆ ଫେରିଘାଟର 2ଟି ଡଙ୍ଗା ଆଜି ଭୋରରୁ ମହାନଦୀରେ ଫସିରହିଥିଲା । ଶହେରୁ ଅଧିକ ଯାତ୍ରୀଙ୍କୁ ନେଇ ବାହାକୂଦ ପଟୁ ପାରାଦୀପ ଅଭିମୁଖେ ଯାଉଥିବା 2 ଟି ଡଙ୍ଗାର ଇଞ୍ଜିନରେ ତ୍ରୁଟି ଯୋଗୁଁ ଅଚଳ ହୋଇଯାଇଥିଲା । ଫଳରେ ମହାନଦୀ ମଝିରେ ପ୍ରାୟ 3ଘଣ୍ଟା ଧରି ଡଙ୍ଗା ଦୁଇଟି ଅଟକି ରହିଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।












Click it and Unblock the Notifications