ଶ୍ରୀମନ୍ଦିର ପରିସରରେ ପାନ, ଗୁଟକା ମନା
ପୁରୀ: ଡ୍ରେସ୍ କୋର୍ଡ ପରେ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ । ଶ୍ରୀ ମନ୍ଦିର ପରିସର ଭିତରକୁ ପାନ, ଗୁଟଖା ମନା । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗକୁ ଚିଠି ଲେଖିଛି ।

ବର୍ତ୍ତମାନ ଲୋକମାନଙ୍କୁ ଏ ନେଇ ସଚେତନ କରାଯିବ । ଜାନୁଆରୀ ପହିଲାରୁ ଏହି ନିୟମ ଲାଗୁ ହେବାକୁ ଯାଉଛି । ପାନ , ଗୁଟଖା ଖାଇଲେ ଫାଇନ୍ ଦେବାକୁ ପଡିବ । ଏହି ନିୟମ ପୂର୍ବରୁ ରହିଛି । କିନ୍ତୁ ଏହାକୁ କେହି ମାନୁନାହାଁନ୍ତି । ତେଣୁ ଏବେ ଜନସାଧାରଣଙ୍କୁ ଏ ନେଇ ସଚେତନ କରାଯିବ । ଏହା ପରେ ଜାନୁଆରୀ ପହିଲା ନୂଆ ବର୍ଷରୁ ନିୟମ ଲାଗୁ କରାଯିବ । କେବଳ ସାଧାରଣ ଲୋକ ନୁହଁନ୍ତି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ପାଇଁ ବି ଏହି ନିୟମ ରହିଛି ।
ଅପରପକ୍ଷରେ ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍ କୋର୍ଡ ମଧ୍ୟ ଲାଗୁ ହେବାକୁ ଯାଉଛି । ଏହା କୌଣସି ଏକ ରଂଗ ଓ ଡିଜାଇନରେ ସୀମିତ ରହିବନି । ଭକ୍ତଙ୍କର ପୋଷାକରେ ଶାଳୀନତା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି । ଭକ୍ତଙ୍କ ପୋଷାକରେ ଶାଳୀନତା ନଥିଲେ ମନ୍ଦିର ପ୍ରବେଶ ମନା ରହିଛି । ଯାହାକି ଆସନ୍ତା ଜାନୁଆରି ପହିଲାରୁ ନିୟମ ଲାଗୁ ହେବ । ଏ ନେଇ ବର୍ତ୍ତମାନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସଚେତନ କରାଯାଉଛି । ପ୍ରାୟ ବର୍ଷେ ହେଲା ସେବାୟତଙ୍କ କ୍ଷେତ୍ରରେ ବି ଡ୍ରେସକୋଡ୍ ଲାଗୁ କରାଯାଇଥିଲା ।












Click it and Unblock the Notifications