ଟ୍ରେନ୍ ଅଟକାଇ ଲୋକଙ୍କ ପ୍ରତିବାଦ
ଖୋର୍ଦ୍ଧା: ଧାରଣା ଉପରେ ଛିଡ଼ା ହୋଇଛି ଟ୍ରେନ୍ । ରେଳଗାଡ଼ି ଅଟକାଇ ପ୍ରତିବାଦ କରୁଛନ୍ତି ଲୋକ । ପଲାସା-କଟକ ପାସେଞ୍ଜର ଟ୍ରେନକୁ ଅଟକାଇଛନ୍ତି ଲୋକେ । ଅଧଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ୍ ଅଟକି ରହିଛି । ଖୋର୍ଦ୍ଧା ତାପଙ୍ଗ ଷ୍ଟେସନରେ ରେଳ ଅଟକାଇ ପ୍ରତିବାଦ କରୁଛନ୍ତି ଲୋକ ।

ନିୟମିତ ଭାବରେ ବିଭିନ୍ନ କାମରେ ଭୁବନେଶ୍ୱରକୁ ଯାତ୍ରା କରୁଛନ୍ତି ଏହି ଅଞ୍ଚଳର ଯାତ୍ରୀ । ଅନେକ ସରକାରୀ ଆଉ ବେସରକାରୀ ଚାକିରିଆ ବି ନିର୍ଭର କରନ୍ତି ଏହି ପଲାସା - କଟକ ଟ୍ରେନ ଉପରେ । ତେବେ ଏହି ଟ୍ରେନରେ ବଗି କମ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ଏହାର ପ୍ରତିବାଦରେ ଆଜି ତାପଙ୍ଗ ଷ୍ଟେସନରେ ପ୍ରତିବାଦ କରିଛନ୍ତି ଯାତ୍ରୀ । ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ୍ ହୋଇଛି ।












Click it and Unblock the Notifications