ଆସନ୍ତା କାଲି ଠୁ ହେବ ପହିଲି ଭୋଗ ନୀତି, ରାତି 2 ଟାରୁ ଫିଟିବ ଦ୍ୱାର

ପୁରୀ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ପହିଲି ଭୋଗ ନୀତି । ଏଥି ଲାଗି ରାତି 2 ଟାରୁ ମନ୍ଦିରର ଦ୍ୱାର ଫିଟାଯିବ । ଏହା ପରେ 2.45 ରେ ମଙ୍ଗଳ ଆଳତୀ ପରେ ମଇଲମ ରୋଷହୋମ ଓ ତଡ଼ପଲାଗି ଆଦି କେତେକ ନୀତି କରାଯିବ । ଆସନ୍ତାକାଲି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଏହି ନୀତି କରାଯିବାର ବିଧି ରହିଛି । ନୀତିନିର୍ଘଣ୍ଟ ଅନୁଯାୟୀ ପୂର୍ବାହ୍ନ 6ଟା ସୁଦ୍ଧା ଶ୍ରୀଜୀଉଙ୍କୁ ପହିଲି ଭୋଗ ଅର୍ପଣ କରାଯିବ ।

shreemandir

ଲୋକକଥା ଅନୁଯାୟୀ ପୌଷ ମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇ ଥିବାରୁ ମା' ଯଶୋଦା ପୁଅ ଜଗନ୍ନାଥଙ୍କୁ ବଡିଭୋରରୁରୋଷେଇ କରି ଖାଇବାକୁ ଦେଇଥା'ନ୍ତି । ପୌଷମାସରେ ଦିନ ସାଢେ 2 ଟାରୁ ସାଢେ 4 ଟା ପର୍ଯ୍ୟନ୍ତ ପହୁଡ଼ କରାଯିବ । ଅପରାହ୍ନରେ ଦ୍ୱାର ଫିଟାଯାଇ ବେଶ, ସଂଧ୍ୟାଧୂପ, ଚନ୍ଦନ ଲାଗି, ବଡ଼ସିଂହାର ଭୋଗ ଓ ଟୋପର ଲାଗି ହୋଇ ରାତି 11 ଟା ସୁଦ୍ଧା ପହୁଡ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ।
ପରମ୍ପରା ଅନୁସାରେ ମା ମହାଲକ୍ଷ୍ମୀ ଧନୁ ସଂକ୍ରାନ୍ତି ଠାରୁ ଦୀର୍ଘ ଏକମାସ ଧରି ନିଜ ପିତ୍ରାଳୟକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା' ଯଶୋଦା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପାଇଁ ବିବିଧ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ ହୋଇଥାଏ ।

ତେବେ ପହିଲି ଭୋଗ ହେଉଛି ମହାପ୍ରଭୁଙ୍କ ଆଦ୍ୟ ଭୋଗ ଯାହାକି କାଉ କା କରିବା ପୂର୍ବରୁ ଏହା ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ । ବିରି ଓ ଗହମରେ ପ୍ରସ୍ତୁତ 32 ପ୍ରକାରର ପିଠାପଣା ଶ୍ରୀଜୀଉଙ୍କ ନିକଟରେ ଲାଗି କରାଯାଇଥାଏ । ଏଥିସହ ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ଆରିସା, କାକରା, ମଣ୍ଡା, ଚଢ଼େଇନେଦା ଓ ବଡ଼ି ଆଦି ଭୋଗ କରାଯାଇଥାଏ ବୋଲି ବରିଷ୍ଠ ସେବାୟତ କହିଛନ୍ତି ।

ପହିଲି ଭୋଗ ନୀତିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ତେବେ ଚୁଡାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ରାତ୍ର 2 ଟାରୁ ଦ୍ବାର ଫିଟା, 2.30 ରେ ଭିତରଶୋଧ, 2.45 ରେ ମଙ୍ଗଳ ଆଳତୀ ସହ ରୋଷହୋମ, 3.15 ରେ ମଇଲମ ଓ ତଡ଼ପ ଲାଗି, 4ଟାରେ ଅବକାଶ, 4.45 ରେ ସୂର୍ଯ୍ୟପୂଜା, 5ଟାରେ ଦ୍ଵାରପାଳ ପୂଜା ସହ ବେଶ ଶେଷ ହୋଇ 5.20 ରୁ 6ଟା ମଧ୍ୟରେ ମହାପ୍ରଭୁଙ୍କ ଏହି ସ୍ବତନ୍ତ୍ର ପହିଲି ଭୋଗ ନୀତି ସମ୍ପନ୍ନ ହେବ । ଏହାପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ବଢ଼ି ମଧ୍ୟାହ୍ନ ୨ଟା ୩୦ ରୁ ଦିବା ପହୁଡ଼ କରାଯିବା ନେଇ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+