For Quick Alerts
Turn On Notification  
For Daily Alerts
Oneindia App Download

ଆରପାରିରେ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓ

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ଦେହାନ୍ତ ହୋଇଛି । ବୁଧବାର ଅପରାହ୍ନରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

|

କଟକ: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ଦେହାନ୍ତ ହୋଇଛି । ବୁଧବାର ଅପରାହ୍ନରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ସେ ଏସସିବିରେ ଚିକିତ୍ସିତ ହେଉଥିଲେ । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ପଦ୍ମଶ୍ରୀ ରାଓଙ୍କ ପରଲୋକ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

d-prakash-rao

ସମାଜସେବା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଏବଂ ନିଷ୍ଠାପର ଅବଦାନ ପାଇଁ ରାଷ୍ଟ୍ରପତି ତାଙ୍କୁ 2019 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । କଟକର ବକ୍ସିବଜାର ଠାରେ ଏକ ଚା ଦୋକାନ କରି ଗୁଜୁରାଣ ମେଣ୍ଚାଇବା ସହ 19 ବର୍ଷ ପୂର୍ବେ 'ଆଶା ଓ ଆଶ୍ୱାସନା' ନାମକ ଏକ ବିଦ୍ୟାଳୟ ଖୋଲି ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଉଥିଲେ । ଏହା ବ୍ୟତୀତ ସେ ନିୟମିତ ଭାବେ ରକ୍ତ ଦାନ କରୁଥିଲେ । ଏପର୍ଯ୍ୟନ୍ତ ସେ 218 ଥର ରକ୍ତଦାନ କରିବା ସହ 17ଥର ପ୍ଲେଟଲେଟ୍ ଦାନ କରିଛନ୍ତି ।

2018 ମସିହା ମେ 26 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ଆସିଥିବା ସମୟରେ ପଦ୍ମଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Social Activist Padmashree D Praksh Rao passes away today.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X