ଆରପାରିରେ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓ

ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ଦେହାନ୍ତ ହୋଇଛି । ବୁଧବାର ଅପରାହ୍ନରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

କଟକ: ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କର ଦେହାନ୍ତ ହୋଇଛି । ବୁଧବାର ଅପରାହ୍ନରେ କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା କାରଣରୁ ଗତ କିଛି ଦିନ ହେବ ସେ ଏସସିବିରେ ଚିକିତ୍ସିତ ହେଉଥିଲେ । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ପଦ୍ମଶ୍ରୀ ରାଓଙ୍କ ପରଲୋକ ହୋଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

d-prakash-rao

ସମାଜସେବା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଏବଂ ନିଷ୍ଠାପର ଅବଦାନ ପାଇଁ ରାଷ୍ଟ୍ରପତି ତାଙ୍କୁ 2019 ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । କଟକର ବକ୍ସିବଜାର ଠାରେ ଏକ ଚା ଦୋକାନ କରି ଗୁଜୁରାଣ ମେଣ୍ଚାଇବା ସହ 19 ବର୍ଷ ପୂର୍ବେ 'ଆଶା ଓ ଆଶ୍ୱାସନା' ନାମକ ଏକ ବିଦ୍ୟାଳୟ ଖୋଲି ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢାଉଥିଲେ । ଏହା ବ୍ୟତୀତ ସେ ନିୟମିତ ଭାବେ ରକ୍ତ ଦାନ କରୁଥିଲେ । ଏପର୍ଯ୍ୟନ୍ତ ସେ 218 ଥର ରକ୍ତଦାନ କରିବା ସହ 17ଥର ପ୍ଲେଟଲେଟ୍ ଦାନ କରିଛନ୍ତି ।

2018 ମସିହା ମେ 26 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟକ ଆସିଥିବା ସମୟରେ ପଦ୍ମଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+