ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସାମଜସେବୀ ଶାନ୍ତି ଦେବୀଙ୍କ ଦେହାନ୍ତ

ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶାନ୍ତି ଦେବୀଙ୍କ ଗତକାଲି ରାତିରେ (ଜାନୁଆରୀ 16) ଓଡିଶାର ରାୟାଗଡା ଜିଲ୍ଲାର ଗୁଣୁପୁରରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ 88 ବର୍ଷ ବୟସ ହୋଇଥିଲା ।

ନୂଆଦିଲ୍ଲୀ : ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶାନ୍ତି ଦେବୀଙ୍କ ଗତକାଲି ରାତିରେ (ଜାନୁଆରୀ 16) ଓଡିଶାର ରାୟାଗଡା ଜିଲ୍ଲାର ଗୁଣୁପୁରରେ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ 88 ବର୍ଷ ବୟସ ହୋଇଥିଲା ।

ସୂଚନାନୁସାରେ, ଗତ ରାତିରେ ଶାନ୍ତି ଦେବୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ଅଚେତ୍ ହୋଇ ପଡ଼ିଥିଲେ । ପରେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Shanti Devi

ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ବାଳିକା ଏବଂ ମହିଳାଙ୍କ ଉନ୍ନତି ଦିଗରେ ଅମୂଲ୍ୟ ଅବଦାନ ପାଇଁ ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା ।
ଭୂଦାନ ଆନ୍ଦୋଳନର ଜନନାୟକ ବିନୋବା ଭାବେ ଓ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଦ୍ୱାରା ପ୍ରେରିତ ହୋଇ ସେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଜକୁ ସମର୍ପିତ କରିଦେଇଥିଲେ । ମାତ୍ର 17 ବର୍ଷ ବୟସରୁ ସେ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+