ଓଟିପି ସେୟାରିଂ ମାମଲା: ଗୁପ୍ତ ସୂଚନା ପାଇଁ ପାକିସ୍ତାନ ଦେଇଥିଲା 85 ଲକ୍ଷ ଟଙ୍କା
ଭୁବନେଶ୍ୱର: ଭାରତର ଗୁପ୍ତ ତଥ୍ୟ ପାଇଁ ପାକିସ୍ତାନ ଖର୍ଚ୍ଚ କରିଛି କୋଟି କୋଟି ଟଙ୍କା । ଏ ନେଇ ଓଟିପି ସେୟାରିଂ ମାମଲାରେ ଏସଟିଏଫ୍ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ଭାରତର ଗୁପ୍ତ ତଥ୍ୟ ଦେବାକୁ ଅଭିଯୁକ୍କତୁ 85 ଲକ୍ଷ ଟଙ୍କା ଦେଇଥିଲା ପାକିସ୍ତାନ । ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ସତ ଓଗାଳିଛି ଅଭିଯୁକ୍ତ ।

ପାକିସ୍ଥାନ ଏଜେଣ୍ଟଙ୍କ ଠାରୁ ଗୁପ୍ତ ସୂଚନା ଦେବାକୁ ଅଭିଯୁକ୍ତ ଆଣିଥିଲା 85 ଲକ୍ଷ ଟଙ୍କା । ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ଥାନରୁ ଆସିଥିଲା ଏହି ଟଙ୍କା । ଦେଶଦ୍ରୋହ, ମନି ଟ୍ରାଞ୍ଜାକ୍ସନ ଓ ସନ୍ଦିଗ୍ଧ ମହିଳାଙ୍କ ସମ୍ପର୍କରେ ସୁରାକ ମିଳିଛି । ରିମାଣ୍ଡ ବେଳେ ତଦନ୍ତକାରୀ ସଂସ୍ଥା ଆଗରେ ଅଭିଯୁକ୍ତ କହିଛି ଯେ ଗୁପ୍ତ ସୂଚନା ଦେବାକୁ ପାକିସ୍ଥାନ ଏଜେଣ୍ଟଙ୍କ ଠାରୁ ତାକୁ ଟଙ୍କା ମିଳିଥିଲା ।
ଏପଟେ ଏସଟିଏଫ୍ ହାତରେ ଲାଗିଛି ଅଭିଯୁକ୍ତର ସିଡ଼ିଆର ରିପୋର୍ଟ । ଦିନକୁ 10 ରୁ ଅଧିକ ଥର ପାକିସ୍ଥାନକୁ କଲ କରୁଥିଲା ଅଭିଯୁକ୍ତ । ଏହି କଲ୍ ପାଇଁ ସେ ଗିରଫ ଭୟରେ ପ୍ରତିଦିନ ଫୋନ ଓ ସିମ ବଦଳାଉଥିଲା । ଇକବାଲ ହୁସେନର ଘର ଆସାମରେ ହୋଇଥିବା ବେଳେ ସେ ବେଙ୍ଗାଲୁରୁରେ ରହୁଥିଲା ।
ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ତାର ଲିଙ୍କ ନେଇ ସନ୍ଦେହ ହୋଇଥିଲା । ପଠାଣି ଓ ଅଭିଜିତ ସଂଜୟକୁ ଗିରଫ ପରେ ଇକବାଲ ଅନ୍ୟତ୍ର ଫେରାର ହୋଇଯାଇଥିଲା ।












Click it and Unblock the Notifications