OSSC ପ୍ରଶ୍ନପତ୍ର ଲିକ୍ : କେଳେଙ୍କେରୀ ପଛରେ କାହା ହାତ ? ମାଷ୍ଟରମାଇଣ୍ଡର ନିକଟତର ପୋଲିସ୍
ବାଲେଶ୍ୱର : ଓଏସ୍ଏସସି ପ୍ରଶ୍ନ ପତ୍ର ଲିକ୍ ମାମଲାର ହେବା ବଡ଼ ଖୁଲାସା । ଏହା ପଛରେ କିଏ ଅଛି ? କେତେ ଦୂର ଲମ୍ବିଛି ଏହାର ଚେର ? କାହା ମାଷ୍ଚରମାଇଣ୍ଡରେ ଚାଲିଥିଲା ପିଲାଙ୍କ ଭବିଷ୍ୟତ ସହ ଖେଳ ? ଏ ନେଇ ଫିଟିବ ସବୁ ଗମୁର । ଏହି କେଳେଙ୍କେରୀର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ଲାଗିଛନ୍ତି ତିନୋଟି ଟିମ୍ । ଅଧିକ ଖୋଳତାଡ଼ ସହ ତଜନ୍ତ ଜାରି ରହିଛି । ଖୁବ୍ ଶୀଘ୍ର ଏହାର ଖୁଲାସା ହେବ ବୋଲି କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ ।

ଏଥିରେ ସମ୍ପୃକ୍ତ ରାଜ୍ୟ ବାହାରର ମାଷ୍ଟର ମାଇଣ୍ଡଙ୍କ ନିକଟରେ ପୋଲିସ ପହଞ୍ଚି ପାରିଛି । ହ୍ୱାଟ୍ସଆପ ଓ ଅନ୍ୟ ନେଟୱର୍କିଂ ମାଧ୍ୟମରେ ଯାଉଥିଲା ପ୍ରଶ୍ନପତ୍ର । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରୁଥିଲେ ଏହି ଦଲାଲ । ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରେ ଓଏସଏସସିର କୌଣସି ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ବୋଲି ସୂଚନା ଦେଇଛନ୍ତି ଏସପି ।
ସୂଚନାଥାଉକି, ଏହି ମାମଲାରେ ରବିବାର ଦିନ ବାଲେଶ୍ୱର ପୋଲିସ୍ 9 ଜଣ ଦଲାଲଙ୍କୁ ଗିରଫ କରିଛି । ଗିରଫ ଦଲାଲମାନଙ୍କ ଭିତରେ ଖୋର୍ଦ୍ଧା ଅଞ୍ଚଳର ବିଶ୍ୱରଞ୍ଜନ ମହାପାତ୍ର, ବିଶାଖାପାଟଣାର ମହମ୍ମଦ.କେ.ସିଦ୍ଦିକ୍, ଭୁବନେଶ୍ୱର ସହର ଉପକଣ୍ଠ ଯଦୁପୁରର ସାଇନା ପରବିନ୍, ମୁସ୍ତାକ୍ ଅଲ୍ଲୀ ଖାନ୍ ଓ ଏମ୍ଡି କମରୁଦ୍ଦିନ୍, ବିହାରର ଅଜୟ କୁମାର, ରାଜକୁମାର, ଦୀପକ କୁମାର ଓ ଭୁବନେଶ୍ୱରର ବିଜେନ୍ଦ୍ର କୁମାର ଅଛନ୍ତି । ବିଶ୍ୱରଞ୍ଜନ ହେଉଛି ଏହି ଗ୍ୟାଙ୍ଗ୍ର କିଙ୍ଗ୍ପିନ୍ । ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରୁ ଶତାଧିକ ନିଯୁକ୍ତି ଆଶାୟୀଙ୍କୁ ଟାର୍ଗେଟ୍ କରୁଥିଲେ ଏହି ଗ୍ୟାଙ୍ଗର ସଦସ୍ୟ ।
ବିଭିନ୍ନ ରାଜ୍ୟରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃପକ୍ଷଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତି ଭାବେ ନିଜକୁ ପରିଚୟ ଦେଇ ଏମାନେ ପ୍ରଶ୍ନପତ୍ର ଓ ଚାକିରି ପିଛା ଆଶାୟୀଙ୍କଠାରୁ 10 ରୁ 16 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ । ପରୀକ୍ଷାର୍ଥୀଙ୍କଠାରୁ ସମସ୍ତ ଶିକ୍ଷାଗତ ଅସଲି ପ୍ରମାଣପତ୍ର ଓ ସେମାନଙ୍କ ଦସ୍ତଖତରେ ଦୁଇଟି ବ୍ଲାଙ୍କ୍ ଚେକ୍ ହାତେଇବା ପରେ ଆରମ୍ଭ କରୁଥିଲେ ଆସଲି ଖେଳ । ସଂଯୋଗକ୍ରମେ ବା ଦୈବାତ ଯଦି କେହି ନିଯୁକ୍ତି ଆଶାୟୀ ପରୀକ୍ଷାରେ ପାସ୍ କରୁଥିଲେ, ଏମାନେ ତାଙ୍କ ପାଖରୁ ଦାବି ମୁତାବକ ଅର୍ଥରାଶି ନେବା ପରେ ଯାଇ ଶିକ୍ଷାଗତ ପ୍ରମାଣପତ୍ର ଦେଉଥିଲେ । ବନ୍ଧାପଡ଼ିଥିବା ଶିକ୍ଷାଗତ ପ୍ରମାଣପତ୍ରକୁ ଢାଲ କରି ଏମାନେ ପିଲାମାନଙ୍କୁ ବ୍ଲାକ୍ମେଲିଂ କରିବା ସହ ଲୁଟୁଥିଲେ












Click it and Unblock the Notifications