OSSC ପ୍ରଶ୍ନପତ୍ର ଲିକ୍ ପଛରେ କେନ୍ଦ୍ର ସରକାର କର୍ମଚାରୀ, ବହୁ ରାଜ୍ୟକୁ ଲମ୍ବିଛି ଚେର
ଭୁବନେଶ୍ୱର: ଓଏସ୍ଏସସି ସିଭିଲ୍ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ଖୋଲୁଛି ଗୁମର । ଧରାପଡ଼ିଛି ଏହାର ମାଷ୍ଟର ମାଇଣ୍ଡ । କେବଳ ଓଡ଼ିଶା ନୁହଁ ବାହର ରାଜ୍ୟକୁ ମଧ୍ୟ ଲମ୍ବିଛି ଏହି କେଳେଙ୍କେରୀର ଚେର । ବିହାର, ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ମଧ୍ୟ କଳା କାରନାମା ଚଲାଇଥିଲା ଏହାର ମାଷ୍ଟର ମାଇଣ୍ଡ ।

ମାଷ୍ଟର ମାଇଣ୍ଡ ବିଶାଲ ଚୌରାସିଆକୁ ଧରିଛି ପୋଲିସ୍ । ଏହା ପରେ ତଦନ୍ତ ସମୟରେ ବିଶାଲର କଳା କାରନାମା ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଏପରି କରିନାହିଁ ଅଭିଯୁକ୍ତ । ଏହା ପୂର୍ବରୁ ମଧ୍ୟ ଏପରି ପ୍ରଶ୍ନପତ୍ର ଲିକ କରି ଗିରଫ ହୋଇସାରିଛି ବିଶାଲ । ଏହା ପରେ ବିଶାଲକୁ ନେଇ ଏବେ ସାମ୍ନାକୁ ଆସିଛି ବଡ ଖୁଲାସା ।
ସୂଚନା ଅନୁସାରେ, ଧରା ପଡ଼ିଥିବା ମାଷ୍ଟରମାଇଣ୍ଡ 35 ବର୍ଷିୟ ବିଶାଲ ଚୌରାସିଆ ବିହାରର ବାସିନ୍ଦା । ସେ କେନ୍ଦ୍ର ସରକାରରେ ଜଣେ କର୍ମଚାରୀ । ସେ ଥରେ ନୁହେଁ, ଦୁଇ ଦୁଇ ଥର ଏସଏସସି କମ୍ବାଇନଡ ଗ୍ରାଜୁଏଟ ଲେଭଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛି । ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା 16 ଅଭିଯୁକ୍ତଙ୍କୁ ଜେରା କରିବା ପରେ ସାମ୍ନାକୁ ଆସିଛି ବିଶାଲର କଳା ସାମ୍ରାଜ୍ୟର ଇତିହାସ ।
ବାରମ୍ବାର ଗିରଫ ହେବା ପରେ ବି ପ୍ରଶ୍ନପତ୍ର ଲିକ କରବାର ଚଳାଇ ଆସୁଛି ବିଶାଲ । ପ୍ରଥମେ ବିଶାଲ ଟାକ୍ସ ଆସିଷ୍ଟାଣ୍ଟ ଭାବେ କାମ କରୁଥିଲା । ପରେ ପାଟନାରେ ଆକାଉଣ୍ଟାଣ୍ଟଜ ଜେନେରାଲ ଅଫିସରେ ଡିଭିଜନାଲ ଆକାଉଣ୍ଟାଣ୍ଟ ଥିଲା । ହେଲେ ଏବେ ସେ ରୁରାଲ ୱର୍କ ବିଭାଗରେ ଆଡଭାନ୍ସ ପ୍ଲାନିଂ ଭିଜନ ବିଭାଗରେ କାମ କରୁଛି ।
ଏହା ପୂର୍ବରୁ ସେଣ୍ଟ୍ରାଲ ପୋଲିସ ଅର୍ଗାନାଇଜେସନ ଏବଂ ଏଏସଆଇ ପ୍ରଶ୍ନପତ୍ର ଲିକ ମାମଲାରେ 2014 ରେ ଗିରଫ ହୋଇଥିଲା ବିଶାଲ । ଏହି ମାମଲାରେ କ୍ରାଇମ ବ୍ରାଞ୍ଚ ତାକୁ ଗିରଫ କରିଥିଲା । ଏହି ପ୍ରଶ୍ନପତ୍ର ଆହ୍ଲାବାଦରେ ଥିବା ପ୍ରିଟିଂ ପ୍ରେସର ଜଣେ ସହଯୋଗୀଙ୍କୁ ଧରି ଲିକ କରିଥିଲା ବିଶାଲ ।
ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର ପଶ୍ଚିମବଙ୍ଗରେ ଛପା ଯାଉଥିଲା । ସେଠିକା ପ୍ରେସରେ କାମ କରୁଥିବା ବୀରେନ୍ଦ୍ର ସିଂ ପାସୱାନଙ୍କୁ ଧରି ପ୍ରଶ୍ନପତ୍ର ଆଣିଥିଲା । ଜୁଲାଇ 11 ତାରିଖରେ ସେ ଜାଣିବାକୁ ପାଇଥିଲା ଏହା ଏହା ଜେଇ ସିଭିଲ ମେନ ପରୀକ୍ଷା ପ୍ରଶ୍ନପତ୍ର । 12 ତାରିଖ ବୀରେନ୍ଦ୍ରଙ୍କଠାରୁ ପ୍ରଶ୍ନପତ୍ର ହାତେଇଥିଲା । ପରେ ଏହାକୁ 12 ରୁ 15 ଲକ୍ଷ ଟଙ୍କାରେ ବିକ୍ରି କରିଥିଲା ।
ସୂଚନାଥାଉ କି ଏହି ମାମଲାରେ ମାଷ୍ଟର ମାଇଣ୍ଡ ବିଶାଲ ସମେତ 7 ଜଣଙ୍କୁ ଗୁରୁବାର ବାଲେଶ୍ୱର ପୋଲିସ ବିହାରରୁ ଗିରଫ କରିଥିଲା । ଏହା ପୂର୍ବରୁ ଦୀଘାରୁ ଆଉ 9 ଜଣଙ୍କୁ ଗିରଫ କରାଯାଇଥିଲା । ଓଡ଼ିଶାରୁ 4 ଜଣ ଗିରଫ ହୋଇଥିବା ବେଳେ ବିହାରରୁ 3 ଜଣ ଗିରଫ ହୋଇଛନ୍ତି । ପୂର୍ବରୁ 9 ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ମାମଲାରେ ବର୍ତ୍ତମାନ ମୋଟ୍ 16 ଜଣ ଗିରଫ ହୋଇ ସାରିଲେଣି ।
ସୂଚନାଥାଉ ଯେ, ବିଭିନ୍ନ ରାଜ୍ୟରେ କର୍ମଚାରୀ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ତଥା କର୍ତ୍ତୃପକ୍ଷଙ୍କ ନିକଟ ସମ୍ପର୍କୀୟ ବ୍ୟକ୍ତି ଭାବେ ନିଜକୁ ପରିଚୟ ଦେଇ ଏମାନେ ପ୍ରଶ୍ନପତ୍ର ଓ ଚାକିରି ପିଛା ଆଶାୟୀଙ୍କଠାରୁ 10 ରୁ 16 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଥିଲେ । ପରୀକ୍ଷାର୍ଥୀଙ୍କଠାରୁ ସମସ୍ତ ଶିକ୍ଷାଗତ ଅସଲି ପ୍ରମାଣପତ୍ର ଓ ସେମାନଙ୍କ ଦସ୍ତଖତରେ ଦୁଇଟି ବ୍ଲାଙ୍କ୍ ଚେକ୍ ହାତେଇବା ପରେ ଆରମ୍ଭ କରୁଥିଲେ ଠକିବା ।
ସଂଯୋଗକ୍ରମେ ବା ଦୈବାତ ଯଦି କେହି ନିଯୁକ୍ତି ଆଶାୟୀ ପରୀକ୍ଷାରେ ପାସ୍ କରୁଥିଲେ, ଏମାନେ ତାଙ୍କ ପାଖରୁ ଦାବି ମୁତାବକ ଅର୍ଥରାଶି ନେବା ପରେ ଯାଇ ଶିକ୍ଷାଗତ ପ୍ରମାଣପତ୍ର ଦେଉଥିଲେ । ବନ୍ଧାପଡ଼ିଥିବା ଶିକ୍ଷାଗତ ପ୍ରମାଣପତ୍ରକୁ ଢାଲ କରି ଏମାନେ ପିଲାମାନଙ୍କୁ ବ୍ଲାକ୍ମେଲିଂ କରିବା ସହ ଲୁଟୁଥିଲେ ।
ହ୍ୱାଟ୍ସଆପ ଓ ଅନ୍ୟ ନେଟୱର୍କିଂ ମାଧ୍ୟମରେ ଯାଉଥିଲା ପ୍ରଶ୍ନପତ୍ର । ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରୁଥିଲେ ଏହି ଦଲାଲ । ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତରେ ଓଏସଏସସିର କୌଣସି ଅଧିକାରୀଙ୍କ ସମ୍ପୃକ୍ତି ନାହିଁ ବୋଲି ସୂଚନା ଦେଇଛନ୍ତି ଏସପି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications