OSSC Question Leak : ମାଷ୍ଟରମାଇଣ୍ଡ ଓ 92 ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚିଠି
ଭୁବନେଶ୍ୱର: OSSC ସିଭିଲ ମେନ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି । ମୁଖ୍ୟ ଅଭିଯୁକ୍ତ ବିଶାଳ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଆକାଉଣ୍ଟସ୍ ଜେନେରାଲଙ୍କୁ ଚିଠି ଲେଖିଲା ବାଲେଶ୍ୱର ପୋଲିସ୍ ।

ଏଥିସହିତ ଓଡିଶାର ଏଜେଣ୍ଟ ସାଜିଥିବା ସରକାରୀ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ସୁଶାନ୍ତ ସାହୁଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କନ୍ଧମାଳ ଓ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଲା ବାଲେଶ୍ବର ପୋଲିସ । 92 ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ OSSCକୁ ଚିଠି ଲେଖିଛନ୍ତି ବାଲେଶ୍ୱର ଏସପି । ଏଥିସହ ଏହି ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ୟ OSSC ସେକ୍ରେଟାରୀଙ୍କୁ ବାଲେଶ୍ବର ଏସପି ଦେଇଛନ୍ତି ।
ସେହିପରି ଏହି ମାମଲାରେ ଗିରଫ 17 ଜଣଙ୍କ ମଧ୍ୟରୁ କେତେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିଛନ୍ତି । ସେମାନଙ୍କ ଅଥରିଟିଙ୍କୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆକ୍ସନ ପାଇଁ ବାଲେଶ୍ବର ଏସ୍ପି ଚିଠି ଲେଖି ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ବାରା ପରିଚାଳିତ JE ମେନ୍ ସିଭିଲ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ମାଷ୍ଟର ମାଇଣ୍ଡକୁ ଗିରଫ କରିଛି ବାଲେଶ୍ବର ପୋଲିସ । ସୂଚନାଥାଉ କି ଏହି ମାମଲାରେ ମାଷ୍ଟର ମାଇଣ୍ଡ ବିଶାଲ ସମେତ 7 ଜଣଙ୍କୁ ଗୁରୁବାର ବାଲେଶ୍ୱର ପୋଲିସ ବିହାରରୁ ଗିରଫ କରିଥିଲା । ଏହା ପୂର୍ବରୁ ଦୀଘାରୁ ଆଉ 9 ଜଣଙ୍କୁ ଗିରଫ କରାଯାଇଥିଲା । ଓଡ଼ିଶାରୁ 4 ଜଣ ଗିରଫ ହୋଇଥିବା ବେଳେ ବିହାରରୁ 3 ଜଣ ଗିରଫ ହୋଇଛନ୍ତି । ପୂର୍ବରୁ 9 ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଏହି ମାମଲାରେ ବର୍ତ୍ତମାନ ମୋଟ୍ 16 ଜଣ ଗିରଫ ହୋଇ ସାରିଲେଣି ।












Click it and Unblock the Notifications