Get Updates
Get notified of breaking news, exclusive insights, and must-see stories!

ଓଏସଏସସିର ଭୁଲ ! ସିଲାବସ୍ ବାହାରୁ ପ୍ରଶ୍ନ ପରେ ପରୀକ୍ଷା ବାତିଲ, ଭୋଗିବେ ପରିକ୍ଷାର୍ଥୀ...

ଭୁବନେଶ୍ୱର: ଓଏସଏସସିର ଭୁଲ ପାଇଁ ହଟହଟା ପରିକ୍ଷାର୍ଥୀ ! ସିଲାବସ୍ ବାହାରୁ ପଡ଼ିଲା ପ୍ରଶ୍ନ । ଏହା ପରେ ବାତିଲ ହେଲା ପରୀକ୍ଷା । ଫଳରେ ଙଇରାଣ ହେଉଛନ୍ତି ପରିକ୍ଷାର୍ଥୀ ।

ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ନେଇ ଲିଖିତ ପରୀକ୍ଷାରେ ବଡ଼ଧରଣର ତ୍ରୁଟି ସାମ୍ନାକୁ ଆସିଛି । ଏହା ପରେ ପରୀକ୍ଷା ବାତିଲ ହେବା ସହ ପୁଣି ଥରେ ଏହି ପରୀକ୍ଷା ହେବ ବୋଲି ଜଣାଯାଇଛି ।

ossc

ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ନେଇ ଲିଖିତ ପରୀକ୍ଷାରେ ସିଲାବସ୍ ବାହାରୁ ପ୍ରଶ୍ନ ଆସିଛି । ଏ ନେଇ ହିନ୍ଦୀ ଓ ସଂସ୍କୃତ ବିଷୟ ଶିକ୍ଷକ ନିଯୁକ୍ତି ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍ କରାଯାଇଛି । ଆସନ୍ତା ଡିସେମ୍ବରରେ ପୁଣି ଥରେ ପରୀକ୍ଷା କରାଯିବ ବୋଲି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ଜାରି କରାଯାଇଛି ବିଜ୍ଞପ୍ତି ।

ଗତ ମାସ ସେପ୍ଟେମ୍ବର 22 ଓ 23 ରେ ହିନ୍ଦୀ ଓ ସଂସ୍କୃତ ବିଷୟର 2075 ଟି ଶିକ୍ଷକ ଶିକ୍ଷୟିତ୍ରୀ ପଦବୀ ପାଇଁ ଭୁବନେଶ୍ୱରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପରୀକ୍ଷାରେ ସିଲାବସ୍‌ରୁ ପ୍ରଶ୍ନ ନ ଆସି ସିଲାବସ୍ ବାହାରୁ ଆସିଥିବା ନେଇ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏସମ୍ପର୍କରେ ଓଏସ୍ଏସ୍‌ସି ନିକଟରେ ଅଭିଯୋଗ କରିଥିଲେ ।

ପରୀକ୍ଷାର୍ଥୀଙ୍କ ଅଭିଯୋଗ ଆଧାରରେ କମିଶନଙ୍କ ପକ୍ଷରୁ ଶିକ୍ଷା ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶ୍ନପତ୍ର ଯାଞ୍ଚ କରାଯାଇଥିଲା । ଏଥିରେ ଜଣାପଡ଼ିଥିଲା ଯେ ବହୁ ସଂଖ୍ୟକ ପ୍ରଶ୍ନ ସିଲାବସ୍ ବାହାରୁ ପଡ଼ିଛି । ତେବେ ପ୍ରଶ୍ନପତ୍ର ତିଆରି କରିବା ଯାହାର କାମ, ସେ କମିଟି କିପରି ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ପ୍ରସ୍ତୁତ କଲା, ସ୍କ୍ରିନିଂ କମିଟି ତାହାକୁ କିପରି ଯାଞ୍ଚ ବେଳେ ଧରି ପାରିଲା ନାହିଁ ଏ ନେଇ ଏବେ ପ୍ରଶ୍ନ ଉଠୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+