ଦୁଇ ଦିନ ହେବ ଘଡ଼ଘଡ଼ି ସହ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆସିଛି କାଳବୈଶାଖୀ । ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେଉଛି । ସେହିପରି ଆଜି (ମଙ୍ଗଳବାର) ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ବାବନା ରହିଛି ।

Rain

19 ଓ 20 ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଘଡ଼ଘଡ଼ି ମାରିବା ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଉ କ୍ଷୟକ୍ଷତି ହେଲେ ରିପୋର୍ଟ ଦେବାକୁ କୁହାଯାଇଛି ।

ଆଜି ବର୍ଷା ଓ ଘଡ଼ଘଡ଼ି ନେଇ 8 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ଆସନ୍ତା କାଲି ପାଇଁ 12 ଜିଲ୍ଲାକୁ ଅରେଞ୍ଜ ଏବଂ 14 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି । ବଜ୍ରପାତ ସହିତ 30 -40 କିମିରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି ।

ରାଜ୍ୟରେ 19 ତାରିଖ ପାଇଁ ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ. ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି 20 ତାରିଖ ପାଇଁ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, କନ୍ଧମାଳ , ଗଞ୍ଜାମ, ଗଜପତି , ରାୟଗଡା ଓ କୋରାପୁଟ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

କାଳବୈଶାଖୀ ଯୋଗୁଁ 22 ତାରିଖ ଯାଏଁ ତାତିରୁ ଆଶ୍ୱସ୍ତି ମିଳିବ । ଏହି ସମୟ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା 3-5 ଡିଗ୍ରୀ କମିବ । ବିଜୁଳି ଓ ଘଡଘଡି ବିପଦଜନକ ହୋଇଥିବାରୁ କାଳବୈଶାଖୀ ସମୟରେ ସତର୍କ ରହିବା ସହ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । 22 ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବ ଓ ଦିନର ତାପମାତ୍ରା ବଢିବା ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+