Get Updates
Get notified of breaking news, exclusive insights, and must-see stories!

ମନ୍ତ୍ରୀଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ବିଜେପିର ଧାରଣା

ଗୃହରେ ବିରୋଧୀ ଦଳ ହୋହାଲ୍ଲା କରିବା ସହ ପରୀକୁ ନ୍ୟାୟ ଦାବି କରୁଛନ୍ତି | ଆଜି ପରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ସହ ସିବିଆଇ ତଦନ୍ତ କରି ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି |

ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ କମୁନି ପରୀ ମୃତ୍ୟୁ ପ୍ରସଙ୍ଗ | ଗୃହରେ ବିରୋଧୀ ଦଳ ହୋହାଲ୍ଲା କରିବା ସହ ପରୀକୁ ନ୍ୟାୟ ଦାବି କରୁଛନ୍ତି | ଆଜି ପରୀ ମୃତ୍ୟୁ ପ୍ରସଙ୍ଗରେ ମନ୍ତ୍ରୀଙ୍କ ବହିଷ୍କାର ଦାବି କରିବା ସହ ସିବିଆଇ ତଦନ୍ତ କରି ବିଧାନସଭା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିଛନ୍ତି | ଗତକାଲି ମଧ୍ୟ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ଚାଲିପାରିନଥିଲା |

Odisha-Assembly

ହଟ୍ଟଗୋଳ ମଧ୍ୟରେ ବ୍ୟୟ ମଂଜୁରୀ ବିଲ୍ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିରଂଜନ ପୁଜାରୀ |। ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିଯାଇଥିଲେ | ପରୀ ମୃତ୍ୟୁର ଏସଆଇଟି ତଦନ୍ତ ନେଇ ପ୍ରକିୟା ଆରମ୍ଭ ହୋଇଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଗତକାଲି ଗୃହରେ ବିବୃତି ରଖିଥିଲେ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି | ୫ ଜଣିଆ ଏସଆଇଟି ଟିମ୍ ଗଠନ କରାଯାଇଛି | ଆଇପିଏସ ଅଧିକାରୀ ଅରୁଣ ବୋଥ୍ରା, ଏହି ଟିମର ନେତୃତ୍ୱ ନେଇଛନ୍ତି । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିବୃତି ରଖିବା ପରେ ବି ପରୀ ପ୍ରସଙ୍ଗରେ ଅସନ୍ତୁଷ୍ଟ ଅଛନ୍ତି ବିରୋଧୀ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+