ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ, ଗାଡ଼ିକୁ ଅଣ୍ଡା-ପାଣି ବୋତଲ ମାଡ଼
ବ୍ରହ୍ମପୁର: ବ୍ରହ୍ମପୁର ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ଦିବାଲୋକରେ ଦେଖିବାକୁ ମିଳିଲା ହାଇଡ୍ରାମା । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ । ବ୍ରହ୍ମପୁରରେ ପହଞ୍ଚିବା ପରେ ଲାଗିଲା ଗୋ ବ୍ୟାକ୍ ନାରା ।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇ ବିରୋଧ କରିଥିଲେ ସ୍ଥାନୀୟ ବିଜେଡି ନେତା । ଏହି ସମୟରେ ମୁହାଁମୁହିଁ ହୋଇଥିଲେ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଓ ବିଜେଡି କର୍ମୀ । ଖାଲି ସେତିକି ନୁହେଁ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ ଉପରକୁ ଅଣ୍ଡା ଓ ପାଣି ବୋତଲ ମାଡ଼ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ନିଜ ଆୟତ୍ତକୁ ନେବାକୁ ଉଦ୍ୟମ କରୁଛି ।

ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଉଥିବା ବେଳେ ବିରୋଧର ସାମ୍ନା କରିଛନ୍ତି ପ୍ରଦୀପ । ଲାଞ୍ଜିପଲ୍ଲୀ ଓଭରବ୍ରିଜ ନିକଟରେ ତାଙ୍କୁ ବିରୋଧ କରାଯାଇଥିଲା । କଳା ପତାକା ପ୍ରଦର୍ଶନ କରିବା ସହ ଗାଡ଼ି ସାମନାରେ ଠିଆ ହୋଇ ବାଟ ଓଗାଳିଥିଲେ ବିରୋଧୀ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ପହଞ୍ଚିଥିଲା ।
5T ସଚିବ ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତକୁ ବିରୋଧ କରିଥିଲେ ପ୍ରଦୀପ । ତାଙ୍କ ଗସ୍ତକୁ ବିରୋଧ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଇଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି ।
ଖବର ଲେଖାଯିବା ସୁଦ୍ଧା ଲାଞ୍ଜିପଲ୍ଲୀରେ ଅଟକି ରହିଥିଲେ ପ୍ରଦୀପ ପାଣିଗ୍ରାହୀ । ବିଜେଡି କର୍ମୀମାନେ ତାଙ୍କ ଗାଡ଼ି ସମ୍ମୁଖରେ ବସି ରହି ନାରାବାଜି କରୁଛନ୍ତି । ଅନ୍ୟପକ୍ଷରେ ତାଙ୍କୁ ବ୍ରହ୍ମପୁର ଅଭିମୁଖେ ଯିବାକୁ ଦିଆଯାଉ ନଥିବାରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଘଟଣାସ୍ଥଳରୁ ତାଙ୍କ ମୋବାଇଲରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍ଓ), ମୁଖ୍ୟ ଶାସନ ସଚିବ, ଡିଜିପି, ଦକ୍ଷିଣାଞ୍ଚଳ ଆଇଜି ଓ ଗୃହ ବିଭାଗକୁ ମେଲ୍ କରିଛନ୍ତି । ସେ କହିଛନ୍ତି ଯେ ରାସ୍ତା ସଫା କରିବାକୁ ଏସ୍ପିଙ୍କୁ ଫୋନ୍ କରିଥିଲି । ଏସ୍ପି ହଁ ମାରିଲେ, କିନ୍ତୁ କିଛି କଲେ ନାହିଁ ।
ସୂଚନାଥାଉକି, ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ପ୍ରଦୀପଙ୍କ ନାଁରେ ଭୁବନେଶ୍ୱର ସ୍ବତନ୍ତ୍ର ଅଦାଲତରେ ଚାର୍ଜଫ୍ରେମ ହୋଇଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଲୋକଙ୍କୁ ଠକିଥିବା ବିଧାୟକଙ୍କୁ ନିର୍ବାଚନମଣ୍ଡଳୀରେ ପୂରାଇ ନଦେବାକୁ ବିକ୍ଷୋଭ କରିଛନ୍ତି ସ୍ଥାନୀୟ ଲୋକେ । ଲୋକଙ୍କ ପଇସା ଫେରାଇବାକୁ ନାରାବାଜି କରିବା ସହ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଛନ୍ତି ।
ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୋ' ନିର୍ବାଚନ ମଣ୍ଡଳୀକୁ ନିର୍ବାଚିତ ପ୍ରତିନିଧି ହିସାବରେ ଯିବାର ଅଧିକାର ମୋର ଅଛି । ମୁଖ୍ୟମନ୍ତ୍ରୀ ଗଲେ ହାତ ଯୋଡ଼ି ନମସ୍କାର ହେବି । କିନ୍ତୁ ଜଣେ ଅଫିସରକୁ 4 ହଜାର ପୋଲିସ୍ ଜଗିବା କେତେ ଯୁକ୍ତିଯୁକ୍ତ ।
-
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି












Click it and Unblock the Notifications