ଅକ୍ସିଜେନ୍ ପାଇପ୍ ଲିକ୍ ; ବଡ଼ ମେଡ଼ିକାଲରେ ଓପନ ହାର୍ଟ ସର୍ଜରୀ ବନ୍ଦ
ମଙ୍ଗଳବାର ଏହି ବିଭାଗର ଆଇସିୟୁରେ ଥିବା ଅକ୍ସିଜେନ୍ ପାଇପ୍ ଲାଇନରୁ ଲିକ୍ ହେବା ପରେ ଆଇସିୟୁ ଏବଂ ଅପରେସନ୍ ଥିଏଟର(ଓଟି)କୁ ବନ୍ଦ କରଯାଇଥିବା ସୂଚନା ମିଳିଛି | ତେବେ ଗୁରୁତର ରୋଗୀମାନଙ୍କୁ ଅନ୍ୟ ବିଭାଗକୁ ସ୍ଥନାନ୍ତର କରଯାଇଛି |
କଟକ : କଟକ ବଡ଼ ମେଡ଼ିକାଲର କାର୍ଡିଓଥୋରାସିସି ବିଭାଗରେ ଓପନ ହାର୍ଟ ସର୍ଜରୀ ବନ୍ଦ କରାଯାଇଛି | ମଙ୍ଗଳବାର ଏହି ବିଭାଗର ଆଇସିୟୁରେ ଥିବା ଅକ୍ସିଜେନ୍ ପାଇପ୍ ଲାଇନରୁ ଲିକ୍ ହେବା ପରେ ଆଇସିୟୁ ଏବଂ ଅପରେସନ୍ ଥିଏଟର(ଓଟି)କୁ ବନ୍ଦ କରାଯାଇଥିବା ସୂଚନା ମିଳିଛି | ତେବେ ଗୁରୁତର ରୋଗୀମାନଙ୍କୁ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରାଯାଇଛି |

ଅକ୍ସିଜେନ୍ ପାଇପରେ ହୋଇଥିବା ଲିକ ମରାମତି କରାଯାଇ ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ କଟକ ବଡ଼ ମେଡ଼ିକାଲରେ ଓପନ ହାର୍ଟ ସର୍ଜରୀ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି |
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅକ୍ସିଜେନ୍ ପାଇପରେ ଅଳ୍ପ ପରିମାଣରେ ଲିକ୍ ହେଉଥିଲା | ପରେ ଏହା ବୃଦ୍ଧି ପାଇବାରୁ ଆଇସିୟୁ ଓ ଓଟି କାମକୁ ବନ୍ଦ ରଖାଯାଇଛି । ଘଟଣା ପରେ ଅକ୍ସିଜେନ୍ ପ୍ଲାଣ୍ଟକୁ ବନ୍ଦ କରାଯାଇଛି |












Click it and Unblock the Notifications