ବଡ଼ ମେଡ଼ିକାଲରେ ଧାଡ଼ିରେ ଠିଆ ହେବେନି ରୋଗୀ, ଆରମ୍ଭ ହେବ ଅନଲାଇନ୍ ସ୍ଲଟ୍ ବୁକିଂ
ମେ' 9 ତାରିଖରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ । ଇ-ସ୍ୱାସ୍ଥ୍ୟ.ଓଡ଼ିଶା.ଗଭ୍.ଇନ୍ ପୋର୍ଟାଲରେ ଅନଲାଇନ୍ ସ୍ଲଟ ବୁକିଂର ସୁବିଧା ପାଇବେ ରୋଗୀ ।
କଟକ : ବଡ଼ ମେଡ଼ିକାଲରେ ଆଉ ଲାଗିବନି ରୋଗୀଙ୍କ ଲମ୍ବା ଧାଡ଼ି । ରାତି ଅଧରୁ ଆସି ଟିକେଟ୍ ପାଇଁ କରିବାକୁ ପଡ଼ବନି ଅପେକ୍ଷା । SCB ମେଡିକାଲ ବର୍ହି ବିଭାଗ ପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନଲାଇନ୍ ସ୍ଲଟ ବୁକିଂ ବ୍ୟବସ୍ଥା । ଫଳରେ ଟିକେଟ୍ ଖଣ୍ଡେ ପାଇଁ ରୋଗୀଙ୍କୁ ଆଉ ହନ୍ତସନ୍ତ ହେବାକୁ ପଡ଼ିବନି ।

ମେ' 9 ତାରିଖରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହେବ । ଇ-ସ୍ୱାସ୍ଥ୍ୟ.ଓଡ଼ିଶା.ଗଭ୍.ଇନ୍ ପୋର୍ଟାଲରେ ଅନଲାଇନ୍ ସ୍ଲଟ ବୁକିଂର ସୁବିଧା ପାଇବେ ରୋଗୀ । ଅନଲାଇନ୍ ମାଧ୍ୟମରେ ଘରେ ବସି ଯେକୌଣସି ବିଭାଗ ଡାକ୍ତରଙ୍କ ନିକଟରେ ଚିକିତ୍ସା ପାଇଁ ବୁକିଂ କରିହେବ । ଏନେଇ ସୂଚନା ଦେଇଛନ୍ତି ମେଡିକାଲ କଲେଜ ଓ ହସ୍ପିଟାଲରେ ରେଜିଷ୍ଟାର ଡକ୍ଟର ଅବିନାଶ ରାଉତ ।












Click it and Unblock the Notifications