Get Updates
Get notified of breaking news, exclusive insights, and must-see stories!

କନ୍ଦାଇଲାଣି ପିଆଜ, ମାସକରେ ଡବଲ୍....

ଭୁବନେଶ୍ଵର: ପିଆଜ ଦରରେ ଲାଗିଛି ନିଆଁ । ହୁ ହୁ ହୋଇ ବଡିବାରେ ଲାଗିଛି ଦର । ଦର ଏମିତି ହେଲାଣି ଯେ, ମାସକ ମଧ୍ୟରେ ଡବଲ୍ ହୋଇଯାଇଛି । ଫଳରେ ରୋଷେଇ ଘରେ ପଡ଼ିଛି ଭାଳେଣି । ମାସକ ଆଗରୁ ପିଆଜ କିଲୋ 25 ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ଡବଲ୍ ହେଲାଣି ।

କେତେକ ଖୁଚୁରା ବଜାରରେ ପିଆଝ କିଲୋ ପ୍ରତି 60 ଟଙ୍କାରେ ବିକ୍ରି ହେଉଛି । କେବଳ ଖୁଚୁରା ବଜାର ନୁହେଁ, ପାଇକାରୀ ବଜାରରେ ମଧ୍ୟ ପିଆଜ ଦର 7 ରୁ 8 ଟଙ୍କା ବୃଦ୍ଧି ପାଇଛି । ଆଜାଦପୁର ମଣ୍ଡିରେ ପିଆଜ ଦର କେଜି ପିଛା ପାଇକାରୀ ଦର 35 ରୁ 40 ଟଙ୍କା ରହିଛି । ସେହିପରି ଏସିଆର ସର୍ବବୃହତ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସଲ ଗାଁରେ ପିଆଜ ଦରରେ ମଧ୍ୟ ବୃଦ୍ଧି ହୋଇଛି । 15 ଦିନ ତଳେ ଏଠାରେ ପିଆଜ କ୍ୱିଣ୍ଟାଲ ପିଛା 2350 ଟଙ୍କାରେ ବିକ୍ରିହେଉଥିବାବେଳେ ଏବେ ଏହା 3800 ଟଙ୍କାରେ ପହଞ୍ଚିଛି ।

onion

ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ନେଇ କୁହାଯାଉଛି । ବର୍ତ୍ତମାନ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ୍‌ ପିଆଜ ଦର ବୃଦ୍ଧୁ ଗ୍ରାହକଙ୍କ ପକେଟ୍ କୁ ନଳିତା ଉପରେ ବୋଝ ସୃଦୃଶ ହୋଇଛି ।

ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢିଥିବା ବ୍ୟବସାୟୀ କହିଛନ୍ତି । ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି । ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି । ଏପଟେ ପିଆଜ ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ଖୁଚୁରା ବଜାରରେ ପଡିଥିବା ବେଳେ ସେପଟେ ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ ।

ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ବଜାରକୁ ଦୈନିକ 15 ଶହ ଟନ ଓ ବାର୍ଷିକ 5 ରୁ ସାଢେ 5 ଲକ୍ଷ ଟନ ପିଆଜ ଦରକାର । ସାରା ଦେଶରେ ବର୍ଷା ଯୋଗୁ ଫସଲ ଅମଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦର ବୃଦ୍ଧି ହୋଇଛି । ଏଥିନିମନ୍ତେ ପ୍ରତି ବର୍ଷ ଅଗଷ୍ଟରୁ ନଭେମ୍ବରରେ ପିଆଜ ଦର ବୃଦ୍ଧି ହୋଇଥାଏ । ମାତ୍ର ଏଥର ବିଳମ୍ବରେ ରେଟ୍‌ ବଢ଼ିଥିବା ବେଳେ ଆସନ୍ତା 8-10 ଦିନ ମଧ୍ୟରେ ତାହା ନିୟନ୍ତ୍ରଣକୁ ଆସିଯିବ ବୋଲି ଅନୁମାନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+