Get Updates
Get notified of breaking news, exclusive insights, and must-see stories!

ଜାମିନ୍ ପାଇଲେ ଠକେଇ ଅଭିଯୁକ୍ତ, ମୁକୁଳିଲେ ବଳାତ୍କାର ଅଭିଯୁକ୍ତ....

ଭୁବନେଶ୍ୱର: ଭୁବନେଶ୍ୱରରେ ବିଚିତ୍ର ବ୍ୟବସ୍ଥା । ଜାମିନ୍ ମଳିଲା ଜଣକୁ, ଜେଲରୁ ମୁକୁଳିଲେ ଆଉ ଜଣେ । ଆଜ୍ଞା ହଁ ! ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ଝାରପଡ଼ା ସ୍ପେଶାଲ୍ ଜେଲରେ । ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ମିଳିଥିଲା ଜାମିନ୍, କିନ୍ତୁ ତାଙ୍କ ବଦଳରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛଡ଼ିଦେଲେ ଜେଲ୍ କର୍ତ୍ତୃପକ୍ଷ ।

jaikl

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବହୁ ହାର୍ଡକୋର୍ ଅପରାଧୀ ଥିବା ଝାରପଡ଼ା ଜେଲରେ କଡ଼ା ସୁରକ୍ଷା ବଳୟରେ ଏଭଳି ତ୍ରୁଟି କିଭଳି ମିଳିଲା ସେ ନେଇ ପ୍ରଶ୍ନ ଉଠିଛି ।

ମିଳିଥିବା ସୂଚନା ଅନୁସାରେ, ଠକେଇ ମାମଲାରେ କିଛି ଦିନ ଧରି ଜେଲ୍‌ରେ ଥିବା ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଗତ 20 ତାରିଖରେ ଜାମିନ ମିଳିଥିଲା । କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ରମେଶଙ୍କୁ ଛାଡ଼ିବା ବଦଳରେ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ଲକ୍ଷ୍ମୀଧର ଜେନାଙ୍କ ପୁଅ ରମେଶ ଜେନାଙ୍କୁ ଛାଡ଼ି ଦେଇଥିଲେ ।

ଜାମିନ ପାଇଥିବା ରମେଶଙ୍କ ପରିବାର ଲୋକେ ଅଭିଯୋଗ କରିବାରୁ ଦୁଇଦିନ ପରେ ତ୍ରୁଟି ସୁଧାରି ପୁଲିସକୁ ଲଗେଇ ଗତକାଲି ସଂଧ୍ୟାରେ ପୁଣି ଦୁଷ୍କର୍ମ ଅଭିଯୁକ୍ତ ରମେଶଙ୍କୁ ଭିତରକୁ ଆଣିଲେ ଜେଲ୍ କର୍ତ୍ତୃପକ୍ଷ । ଏହା ସହିତ ଠକେଇ ଅଭିଯୁକ୍ତ ରମେଶଙ୍କୁ ଛାଡ଼ିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜେଲ୍ ବିଭାଗର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଝାରପଡ଼ା ସ୍ପେଶାଲ ଜେଲରେ ଏତେ ବଡ଼ ତ୍ରୁଟି କେମିତି ହେଲା ? ଖୋଦ୍ ଜେଲ୍ ଡିଆଇଜି ଝାରପଡ଼ା ଜେଲ ପହଞ୍ଚି କାହା ଭୁଲରୁ ଏତେ ବଡ଼ ଘଟଣା ଘଟିଲା ତାର ତଦନ୍ତ ଆରମ୍ଭ କରିଛନ୍ତି । ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ଜେଲରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପଚରାଉଚରା ଚାଲିଛି ।

କୋର୍ଟରୁ ଜେଲକୁ ଆସିଲା ବେଳେ ଜେଲ ମାନୁଆଲ୍ ଅନୁସାରେ ଜଣେ କଏଦୀର ସମସ୍ତ ତଥ୍ୟ ଯେମିତିକି ଆଇଡେଣ୍ଟିଫିକେସନ୍ ମାର୍କ, ଠିକଣା, ପରିଚୟପତ୍ର ଆଦିକୁ ଭଲ ଭାବେ ଯାଞ୍ଚ କରି ଭିତରକୁ ଛଡ଼ାଯାଇଥାଏ। ସେହିଭଳି ବେଲରୁ ବାହାରିବା ବେଳେ ମଧ୍ୟ ଅନୁରୂପ ଭାବେ କଏଦୀଙ୍କୁ ଯାଞ୍ଚ କରାଯାଇଥାଏ । ତେବେ ସଂପୃକ୍ତ କଏଦୀଙ୍କୁ ଛଡ଼ାଯିବା ସମୟରେ ଏସବୁ ନିୟମ ପାଳନ କରାଯାଇଥିଲା କି ନାହିଁ, ଯଦି କରାଯାଇଥିଲା ଏଭଳି ଗୁରୁଚାଣ୍ଡାଳ ତ୍ରୁଟି ରହିଲା କେମିତି, ତାକୁ ନେଇ ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+