ବାଣ ଭିଡ଼ିବା ବେଳେ ଅଘଟଣ, ଜଣେ ମୃତ, ଦୁଇ ଗୁରୁତର
ଗଞ୍ଜାମ: ବାଣ ଭିଡ଼ିବା ବେଳେ ଅଘଟଣ । ବାଣ ବିସ୍ପୋରଣ ଘଟିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଜଗତି ସାହିରେ ଆଜି ସନ୍ଧ୍ୟାରେ ଏକ ଘରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟିଛି । ରାଜୁ ପ୍ରଧାନଙ୍କ ପୁଅ ଜିତୁ ପ୍ରଧାନ ତାଙ୍କର 2 ବନ୍ଧୁଙ୍କ ସହିତ ମିଶି ତାଙ୍କ ଘରର ଉପର ମହଲାରେ ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାଯାଇଛି ।

ବାଣ ବିସ୍ଫୋରଣ ପରେ 3 ଜଣଙ୍କୁ ଗୁରୁତର ଅବସ୍ଥାରେ କୋଦଳା ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ଜିତୁ ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଦୁଇ ଜଣଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆବଶ୍ୟକ ହେଲେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯିବ ବୋଲି ଜଣାପଡ଼ିଛି ।
ବାଣ ବିସ୍ଫୋରଣ ହେବାରୁ ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ କମ୍ପି ଯାଇଥିଲା । ଏମିତିକି ଜିତୁଙ୍କ ଘରର ତଳ ମହଲାରେ ଥିବା ପରିବାରର 3 ଜଣ ସଦସ୍ୟ ଆହତ ହୋଇଛନ୍ତି ।
ଏହି ଘଟଣାରେ ବେଗୁନିଆପଡ଼ା ପୋଲିସ୍ ତଦନ୍ତ କରୁଛି । ଘରେ ବେଆଇନ ଭାବେ ବାଣ ତିଆରି କରାଯାଉଥିଲା କି ଅନ୍ୟ କୌଣସି କାରଣରୁ ବିସ୍ପୋରଣ ହୋଇଛି ସେ ନେଇ ତଦନ୍ତ କରୁଛି ପୋଲିସ୍ ।












Click it and Unblock the Notifications