ଭାରସାମ୍ୟ ହରାଇ ଓଲଟିଲା ବସ୍; ଜଣେ ମୃତ, 7 ଗୁରୁତର ଆହତ
କୋରାପୁଟ: ଜାତୀୟ ରାଜପଥ 326ରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ବସ୍ ଓଲଟି ପଡ଼ିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ 7 ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

କୋରାପୁଟ ସଦର ଥାନା ପୋଡାଗଡ ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ମଙ୍ଗଳବାର ବିଳମ୍ବିତ ରାତିରେ ପୋଡାଗଡ ନିକଟରେ ଭାରସାମ୍ୟ ହରାଇ ଏକ ବସ୍ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ପରେ ଓଲଟି ପଡିଥିଲା । ଦୁର୍ଘଟଣା ପରେ ପ୍ରାୟ ଦୁଇ ଘଣ୍ଟା ଧରି ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇଁ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।
କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରୁ 7 ଟି ଆମ୍ବୁଲାନ୍ସ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ସ୍ଥାନୀୟ ଲୋକଙ୍କ ସହାୟତା ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡ଼ି ଚଲଉଥିବାରୁ ଏପରି ହୋଇଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ବସ୍ ଟି ମାଲକାନଗିରିରୁ ବ୍ରହ୍ମପୁର ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ପୋଲିସ ବସ୍ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି । ବସ୍ରେ 35 ରୁ ଅଧିକ ଯାତ୍ରୀ ଥିଲେ ।












Click it and Unblock the Notifications