ବାହାଘର ଭୋଜି ଖାଇ ଜଣେ ମୃତ, 25 ରୁ ଅଧିକ ଅସୁସ୍ଥ
ମାଲକାନଗିରି: ବାହାଘ ଭୋଜି ସାଜିଲା କାଳ । ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 4 ଜଣ ଗୁରୁତର ହୋଇପଡ଼ିଛନ୍ତି । ଏପରିକି ବିଭାଘର ଭୋଜି ଖାଇ ଅନ୍ୟ 25 ଜଣ ମଧ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି ।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧୀନ ନୂଆଗୁଡା ଗ୍ରାମରେ । ନୂଆଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କର ବିବାହ ଭୋଜିଥିଲା । ଆଖପାଖ ଅଞ୍ଚଳର ଅନେକ ଲୋକ ଏହି ଭୋଜି ଖାଇଥିଲେ । ଭୋଜି ଖାଇସାରି ଆସିବା ପରେ ବନ୍ଧଗୁଡା ଗ୍ରାମର 25 ରୁ ଅଧିକ ଶିଶୁ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ସେମାନଙ୍କର ଝାଡ଼ାବାନ୍ତି ହେବା ଆରମ୍ଭ ହୋଇଯାଇଥିଲା ।
ପରିବାର ଲୋକେ ସମସ୍ତଙ୍କୁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ 4 ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ହୋଇଛି । ତେବେ ଏପରି ଅଘଟଣ କିପରି ଘଟିଛି ଏଯାବତ୍ କିଛି ଜଣାପଡିନଥିବାବେଳେ, ଗାଁରେ ଡାକ୍ତରୀ ଟିମ୍ ପହଞ୍ଚି ଯାଞ୍ଚ କରୁଛନ୍ତି ଓ ଖାଦ୍ୟର ନମୂନା ପରୀକ୍ଷା ପାଇଁ ପଠଯାଇଛି । ତେବେ ଅନ୍ୟ ଗୁରୁତରମାନଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ଭଲ ହେବାକୁ ଲାଗିଥିବା ଡାକ୍ତର କହିଛନ୍ତି ।
ଭୋଜି ଖାଇ କାହିଁକି ଶିଶୁମାନେ ଅସୁସ୍ଥ ହୋଇପଡ଼ିଲେ ତାହାର କାରଣ ଜଣାପଡ଼ି ନାହିଁ । ପ୍ରାଥମିକ ତଦନ୍ତରୁ ଏହା ଫୁଡ ପଏଜନିଂ ବୋଲି ଜଣାପଡ଼ୁଛି। ଏହି ଘଟଣାର ତଦନ୍ତ ଚାଲିଛି । ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।












Click it and Unblock the Notifications