ଓଲିଉଡ୍ ଅଭିନେତ୍ରୀଙ୍କ ପ୍ରାଇଭେଟ୍ ଭିଡ଼ିଓ ଲିକ୍, ପୁରଷବନ୍ଧୁ ନାଁରେ ଏତଲା
Ollywood News : ପୁଣି ଚର୍ଚ୍ଚାରେ ଓଲିଉଡ୍ । ଭାଇରାଲ ହୋଇଛି ଜଣାଶୁଣା ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ । ଏହା ପରେ ଓଲିଉଡ୍ ରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି ।
ଏପରିକି ଏହି ଘଟଣାରେ ଅଭିନେତ୍ରୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ନାଁ ରେ ଏତଲା ଦେଇଛନ୍ତି । ପୁରୁଷ ବନ୍ଧୁ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ କରିଥିବା ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ଖାଲି ସେତିକି ନୁହେଁ, ସୁଟିଂ ସେଟରେ ହଙ୍ଗାମା କରୁଛନ୍ତି ଓ ନାନା ଧମକଚମକ ମଧ୍ୟ ଦେଉଛନ୍ତି ।

ଦୁହିଁଙ୍କ ମଧ୍ୟରେ 2019 ରୁ ପ୍ରେମ ସମ୍ପର୍କ ଥିଲା । ପୁରୁଷ ବନ୍ଧୁ ଜାତୀୟସ୍ତରରେ କାମ କରୁଥିବା ଜଣେ ସିନେ ନିର୍ମାତା । କିଛି ବର୍ଷ ତଳେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟସ୍ତରର ପୁରସ୍କାର ପାଇଥିଲେ । ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ।
ଲକ୍ଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ ଅଭିଯୁକ୍ତ ବିରୋଧରେ ଆଇପିସି ଦଫା 268, 294, 349, 350, 354, 354 ଏ, 354 ସି, 383, 420, 468, 499, 503, 506 ରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ 2000 ର 66 -ଏ, 66 -ଇ, 67, 67 -ଏ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଛି ।
ସୂଚନାଥାଉଖି, ପ୍ରଥମେ 2021 ରେ ଏହି ଅଭିନେତ୍ରୀ ଜଣକ ଥାନାରେ ତାଙ୍କ ପୁରୁଷ ବନ୍ଧୁଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ପରେ ଲକ୍ଷ୍ମୀସାଗର ଥାନାରେ ଦୁଇ ଜଣଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା। ଏବେ ପୁଣିଥରେ ଠକେଇ, ନିର୍ଯାତନା ଓ ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ।












Click it and Unblock the Notifications