ଜୀବନ ଯୁଦ୍ଧରେ ହାରିଗଲେ ବୃଦ୍ଧା, 20 ଫୁଟ୍ ବୋଲୱେଲରୁ ହୋଇଥିଲେ ଉଦ୍ଧାର
ସୋନପୁର: ଜୀବନ ଯୁଦ୍ଧରେ ହାରିଗଲେ ବୃଦ୍ଧା । 20 ଫୁଟ୍ ଗଭୀର ବୋରୱେଲରୁ ହୋଇଥିଲେ ଉଦ୍ଧାର । ଏହାପରେ ତାଙ୍କର ମୃତ୍ୟୁ ହୋଇଛି । ବୋରୱେଲରେ ଖସି ପଡ଼ିଥିବା 80 ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ସୋନପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି ।

ଉଦ୍ଧାର ପରେ ବୃଦ୍ଧାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର କହିଛନ୍ତି । ବୃଦ୍ଧାଙ୍କ ପାଖରେ ଏକ ଗାତରେ ସାପ ଥିଲା । ସାପ କାମୁଡ଼ିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି । ଏନେଇ ତଦନ୍ତ ହେବ ବୋଲି ସୋନପୁର ଏସପି କହିଛନ୍ତି ।
ସୂଚନାଥାଉକି, ଗତକାଲି ରାତିରୁ ବୃଦ୍ଧ ମହିଳା 20 ଫୁଟ ଏକ ବୋରୱେଲକୁ ଖସି ପଡ଼ିଥିଲେ । ବୋରୱେଲରେ ଖସିପଡ଼ିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 5 ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବୃଦ୍ଧାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା । ଏହାପରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଇଥିଲା ।
ସୋନପୁର ସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗତକାଲି ବୃଦ୍ଧା ଦୁଖୀ ନେଗୀ କୌଣସି କାର୍ଯ୍ୟରେ ଆସିଥିବା ବେଳେ ବୋରୱେଲ ଭିତରେ ଖସିପଡ଼ିଥିଲେ । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୂଚନା ମିଳିନଥିଲା । ତେବେ ଆଜି ବୃଦ୍ଧା ବୋରୱେଲ ଭିତରକୁ ଖସିପଡ଼ିଥିବା ନେଇ ଜାଣିବାକୁ ପାଇଥିଲେ ପରିବାରଲୋକ । ଏହା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ବୃଦ୍ଧା ଜଣଙ୍କ ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ଗାଁର ଦୁଃଖୀ ନେଗୀ । ଗତକାଲି ବୃଦ୍ଧା ଜଣକ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ । ଆଉ ଗତକାଲି ହିଁ ବୋରଓ୍ବେଲରେ ପଡି ଯାଇଥିଲେ ।












Click it and Unblock the Notifications