ପାରାଦ୍ୱୀପ ସମୁଦ୍ରରେ ଭାସୁଛି ତେଲିଆ ପଦାର୍ଥ, ବଦଳିଛି ପାଣିର ରଙ୍ଗ
ପାରାଦ୍ୱୀପ ସମୁଦ୍ର ପାଣି ଉପରେ ବସିଛି ତେଲିଆ ଅବରଣ । କିଛି ତେଲିଆ ପଦାର୍ଥ ଭାସୁଛି । କିଛି କେମିକାଲ ମିଶିଯାଇଥିବା ନେଇ କୁହାଯାଉଛି ।
ସମୁଦ୍ର ପାଣିରେ ତେଲିଆ ପଦାର୍ଥ ଭାସିବା ସହ ପାଣିରେ ଫେଣ ହୋଉଛି । ଏପରିକି ପାଣିର ରଙ୍ଗ ମଧ୍ୟ ବଦଳିଯାଇଛି । ସମୁଦ୍ର ଢେଉ ଅଧିକ ଫେଣଯୁକ୍ତ ଦେଖା ଯାଉଥିବା ବେଳେ ନୀଳ ରଙ୍ଗ ମଧ୍ୟ ଦେଖାଯାଉଛି । ପାରାଦୀପରୁ ନେଇ ଗହୀରମଥା ପର୍ଯ୍ୟନ୍ତ ଏହି ତୈଳ ଜାତୀୟ ପଦାର୍ଥ ବ୍ୟାପିଥିବା ଜଣାପଡ଼ିଛି ।

କାରଖାନାରୁ ନିର୍ଗତ କେମିକାଲ ପାଇଁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । ଏହାଦ୍ୱାରା ସାମୁଦ୍ରିକ ଜୀବଙ୍କ ଉପରେ ବିପଦ ଥିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ପରିବେଶବିତ୍ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବିଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଥିବା ବେଲେ ଆଇଓସିଏଲ ତୈଳ ବିଶୋଧନାଗାରର ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ ମଧ୍ୟ କରିଛନ୍ତି ।
IOCLର ନିର୍ଗତ କେମିକାଲ୍ ପାଇଁ ଏଭଳି ହୋଇଥିବା ଯେଉଁ ଅଭିଯୋଗ ହେଉଛି ତାହାକୁ ଖଣ୍ଡନ କରିଛନ୍ତି IOCL ଅଧିକାରୀ । ଘଟଣାସ୍ଥଳ ଅନୁଧ୍ୟାନ କରି ଜଳ ନମୁନା ସଂଗ୍ରହ କରାଯାଇଛି । ରିପୋର୍ଟ ଆସିଲେ ଜଳରେ କ'ଣ ମିଶିଛି ଓ କେଉଁଠୁ ମିଶିଛି ଜଣାପଡ଼ିବ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି ।












Click it and Unblock the Notifications