Get Updates
Get notified of breaking news, exclusive insights, and must-see stories!

‘ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ୍ ହବ୍ ହେବ ଓଡ଼ିଶା'

ଭୁବନେଶ୍ୱର: ଓଡ଼ିଶା ହେବ ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍ । ଏଥିଲାଗି ଅନେକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ୮୪୮ ବୃହତ ଶିଳ୍ପକୁ ଅନୁମୋଦନ ମିଳିଛି । ଏଥିରୁ କିଛି ଶିଳ୍ପ ଆରମ୍ଭ ହେଲାଣି । ଏଥିରେ ୨୧ ଲକ୍ଷ ୭୩ ହଜାର ୮୭୧.୩୪ କୋଟି ପୁଞ୍ଜି ନିବେଶ ହେଉଛି । ଏହା ସହ ୯ ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ । ଏ ନେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ।

ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀମାନେ ମୋହର ମାରିଛନ୍ତି ଯେ ଓଡ଼ିଶା ପୂର୍ବ ଭାରତର ଏକ ନମ୍ବର ଇଣ୍ଡଷ୍ଟ୍ରିଆଲ ହବ୍‌ ।

Odisha will be industrial hub of eastern India

ଶିଳ୍ପମନ୍ତ୍ରୀ କହିଛନ୍ତି ପ୍ରତି ଦୁଇ ବର୍ଷରେ ଥରେ ମେକ ଇନ ଓଡ଼ିଶା କାର୍ଯ୍ୟକ୍ରମ ହେବ । ଓଡ଼ିଶାର ଖଣି, ମେରାଇନ, ଶକ୍ତି, କୃଷି ପରି କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ନୀତି ହୋଇଛି ଏବଂ ସବୁ ଜିଲ୍ଲାରେ ଗୋଟେ ଇଣ୍ଡଷ୍ଟ୍ରି ହେବ । ରାପ୍ତାନୀରେ ଦେଶର ଶ୍ରେଷ୍ଠ 25 ଜିଲ୍ଲାରୁ ଝାରସୁଗୁଡା 23ତମ ସ୍ଥାନରେ ଅଛି । ଯାଜପୁର କଳିଙ୍ଗନଗର ଷ୍ଟିଲ ହବ, ପାରାଦ୍ୱୀପରେ ପେଟ୍ରୋ କେମିକାଲ ହବ, ସମ୍ବଲପୁର, ରେଙ୍ଗାଲିରେ ଷ୍ଟିଲ ଓ ଆଲୁମିନିଅମ ହବ ହେବ । ସବୁ ଜିଲ୍ଲାରେ ଇଣ୍ଡଷ୍ଟ୍ରି ହେବ ।

ଗୋପାଳପୁରରେ ଅକ୍ଷୟ ଶକ୍ତି ଉତ୍ପାଦନ ହବ ହେବ । ସେ କହିଛନ୍ତି ଯେ ଓଡ଼ିଶା ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି । ପୁଞ୍ଜି ନିବେଶ ପୋର୍ଟାଲରେ ଆବେଦନ କଲେ, ୬୦ ଦିନ ଭିତରେ ପାସ ହେବ । ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି । ଜାତୀୟ ହାର ୨୧-୨୨% ଥିବାବେଳେ ଓଡ଼ିଶାରେ ୪୦% ରହିଛି ।

ଏହା ସହ ମେକ ଇନ ଓଡ଼ିଶାରେ ୭୪୧ ପ୍ରସ୍ତାବ ଆସିଛି, ଯେଉଁଥିରେ ୪୬୬ ପ୍ରକଳ୍ପ ମଞ୍ଜୁରୀ ପାଇଛି । ଅନେକ ଶିଳ୍ପ ସଂସ୍ଥାକୁ ଜମି ହସ୍ତାନ୍ତର ବି ହୋଇ କାମ ଆରମ୍ଭ ହେଲାଣି । ଷ୍ଟାର୍ଟ ଅପ ନୀତି ବି ଏଥିରେ ବଡ଼ ଭୂମିକା ନେଇଛି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+