ରାଜ୍ୟରେ ଆହୁରି ବଢିବ ତାତି, ସତର୍କ କରାଇଲା ପାଣିପାଗ ବିଭାଗ
ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସ୍ୱାଭାବିକଠାରୁ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇପାରେ । ଫଳରେ ଗ୍ରୀଷ୍ମ ପ୍ରବାହ ବଢିବ ।
ଭୁବନେଶ୍ୱର : ରାଜ୍ୟରେ ପାରଦ ସ୍ତର ବଢୁଥିବା ସହ ଗରମ ପ୍ରଭାବ ବଢିବାରେ ଲାଗିଛି । ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଫଳରେ କେତେକ ଉତ୍ତାପ ଅହେତୁକ ବୃଦ୍ଧି ପାଇଛି । ଏପରିକି ଆଭ୍ୟନ୍ତରୀଣ ଓଡ଼ିଶା ଦେଶର ଉତ୍ତପ୍ତ ସହରରେ ପାଲଟିଛି ।

ଏହି ସମୟରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସ୍ୱାଭାବିକଠାରୁ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇପାରେ । ଫଳରେ ଗ୍ରୀଷ୍ମ ପ୍ରବାହ ବଢିବ । ଏଥିପାଇଁ ଦିନ 12 ଟାରୁ ଅପରାହ୍ନ 3 ପର୍ଯ୍ୟନ୍ତ ଜରୁରୀ କାମ ନଥିଲେ ବାହାରକୁ ନବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ଅନ୍ୟପଟେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପାଇଁ 7 ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । 18 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ, ଉପକୂଳ, ଉତ୍ତର ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।












Click it and Unblock the Notifications