Get Updates
Get notified of breaking news, exclusive insights, and must-see stories!

ଗିରଫ ଅତିରିକ୍ତ ଉପ ଜିଲ୍ଲାପାଳଙ୍କୁ 5 ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ

ରାଉରକେଲା: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ନବରଙ୍ଗପୁର ପୂର୍ବତନ ଅତିରିକ୍ତ ସବ୍-କଲେକ୍ଟର ପ୍ରଶାନ୍ତ ରାଉତଙ୍କୁ ଦିନିଆ ରିମାଣ୍ଡରେ ନେବ ଭିଜିଲାନ୍ସ । ସୁନ୍ଦରଗଡ କୋର୍ଟର ସ୍ପେଶାଲ୍ ଜଜ୍ ଭିଜିଲାନ୍ସ ବୁଧବାର ଦିନ ଓଡିଶା ଭିଜିଲାନ୍ସକୁ ପାଞ୍ଚ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛି ।

prashat rout

ସେ ଗିରଫ ହେବା ପରେ ତାଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେବାର ଗୋଟିଏ ଦିନ ପରେ ଏହି ରାୟ ଆସିଛି ।

ଜୁନ୍ 23 ରେ ଭିଜିଲାନ୍ସ ଚଢାଉ ସମୟରେ ଭୁବନେଶ୍ୱର ଏବଂ ନବରଙ୍ଗପୁରରେ ଥିବା ତାଙ୍କ ବାସଭବନରୁ 3 କୋଟିରୁ ଅଧିକ ଟଙ୍କା ନଗଦ ଜବତ କରାଯାଇଥିଲା । ପରଦିନ ତାଙ୍କ ମୋଟ 5 କୋଟିରୁ ଅଧିକ ସମ୍ପତ୍ତି ଜବତ ହୋଇଥିଲା ।

ଏହା ପରେ ଗିରଫ ହୋଇଥିଲେ ଦୁର୍ନୀତିଗ୍ରସ୍ତ ଅତିରିକ୍ତ ଉପଜିଲ୍ଲାପାଳ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଥିଲା ଭିଜାଲାନ୍ସ । ନିଜ ଆୟଠାରୁ ପ୍ରଶାନ୍ତଙ୍କ 500 ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଥିବା ନେଇ ଭିଜିଲାନ୍ସ ସୂଚନା ଦେଇଥିଲା ।

ଜବତ ହୋଇଥିବା ସମ୍ପତ୍ତି ତାଲିକା

1) କାନନ ବିହାର, ଭୁବନେଶ୍ୱରରେ 1942 ବର୍ଗଫୁଟର ଏକ ଦୁଇ ମହଲା କୋଠା
2) କଟକ ଏବଂ ଭୁବନେଶ୍ୱରର ମୁଖ୍ୟ ଅଞ୍ଚଳରେ 4 ଟି ପ୍ଲଟ ଏବଂ ନବରଙ୍ଗପୁରର ଉମରକୋଟେରେ ଗୋଟିଏ ବେନାମୀ ପ୍ଲଟ୍ ।
3) 41 ଲକ୍ଷରୁ ଅଧିକ ବ୍ୟାଙ୍କ ଏବଂ ଇନସୁରାନ୍ସ ଜମା
4) 2 ଚାରି ଚକିଆ ଯାନ (ଇନୋଭା ଏବଂ ମାରୁତି ସ୍ୱିଫ୍ଟ) ଏବଂ 1 ଟି ଚକିଆ ଯାନ (ହୋଣ୍ଡା ଆକ୍ଟିଭା)
5) 21.35 ଲକ୍ଷରୁ ଅଧିକ ସୁନା ଏବଂ ରୂପା ଅଳଙ୍କାର

ଏହା ବାଦ୍ "ରାଉତ ତାଙ୍କ ଝିଅର ଡାକ୍ତରୀ ଶିକ୍ଷା ଏବଂ ପୁଅର ଶିକ୍ଷାଗତ ଖର୍ଚ୍ଚ ପାଇଁ 87 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଏହା ପୂର୍ବରୁ 2018 ରେ ମଧ୍ୟ ସେ ଏକ ଲାଞ୍ଚ ମାମଲାରେ ଧରାପଡ଼ିଥିଲେ । ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ 1 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+