Get Updates
Get notified of breaking news, exclusive insights, and must-see stories!

ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଲା ସିଇଟି

କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା । ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଧେୟକ, 2021 ଆଜି ବିଧାନସଭାରେ ପାରିତ ହୋଇଛି ।

ଭୁବନେଶ୍ୱର : କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜିକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା । ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଧେୟକ, 2021 ଆଜି ବିଧାନସଭାରେ ପାରିତ ହୋଇଛି । ଏହି ବିଲ୍ ଆଗତ ପରେ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, ଭୁବନେଶ୍ୱର ରାଜ୍ୟ ଏକକ ବିଶ୍ୱବିଦ୍ୟାଳୟ ରୂପେ ପରିଗଣିତ ହେବ । ଏହା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ନାମରେ ନାମିତ ହେବ।

CET

କଣ ରହିବ ବିଶ୍ୱବିଦ୍ୟାଳୟର ଲକ୍ଷ୍ୟ -

  • ବିଜ୍ଞାନର ବିକାଶ ସମେତ ସମାଜର ଉନ୍ନତି ସାଧନ ପାଇଁ ଯାନ୍ତ୍ରିକ ବିଦ୍ୟା, ପ୍ରଯୁକ୍ତି ବିଦ୍ୟା ଏବଂ ତାର ପ୍ରୟୋଗ, ସ୍ଥପିତ ବିଦ୍ୟା, ଯୋଜନା, ମ୍ୟାନେଜମେଣ୍ଟ ଓ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ତାଲିମକୁ ବିକଶିତ କରିବା ।
  • ଗୋଟିଏ ପକ୍ଷରେ ଶୈକ୍ଷିକ ଓ ଗବେଷକ ଗୋଷ୍ଠୀ ଓ ଅନ୍ୟ ପକ୍ଷରେ ଶିଳ୍ପ ସଂସ୍ଥାମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମ୍ପର୍କ ବୃଦ୍ଧି କରିବା ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବା ।
  • ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଅତ୍ୟାଧୁନିକ ବିକାଶ ସମ୍ପର୍କରେ ଅବଗତ ହେବା ଲକ୍ଷ୍ୟରେ ଭାରତ ତଥା ବିଦେଶର ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଗୁଡ଼ିକ ସହ ଅଦାନପ୍ରଦାନ କାର୍ଯ୍ୟକ୍ରମ ସଂଗଠିତ କରିବା ।
  • ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ଗବେଷଣା ଓ ପ୍ରକଳ୍ପ କାର୍ଯ୍ୟକୁ ଉତ୍ସାହିତ ଓ ତ୍ୱରାନ୍ୱିତ କରିବା ପାଇଁ ଏକ ଗବେଷଣା ପାଣ୍ଠି ସୃଷ୍ଟି କରିବା ଓ ତାକୁ ଆଗକୁ ନେବା ।
  • ଗବେଷଣା ପ୍ରକଳ୍ପ ଗୁଡ଼ିକ ପାଇଁ ପ୍ରାୟୋଜକ ହାସଲ କରିବାକୁ ଏବଂ ପ୍ରକଳ୍ପର ସଫଳ ରୂପାୟନ ନିମନ୍ତେ ଅଂଶଗ୍ରହଣକାରୀ ଗବେଷକମାନେ ଯେପରି ସଫଳ ରହିବେ, ସେଥିପାଇଁ ଗବେଷକମାନେ ଏକ ସକ୍ଷମ ଢ଼ାଞ୍ଚା ପ୍ରସ୍ତୁତ କରିବା ।
  • ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ଉପଲବ୍ଧ ଗବେଷଣାର ସୁଯୋଗ ଓ ପାଣ୍ଠି ବ୍ୟବସ୍ଥାର ପରିସରକୁ ବୃଦ୍ଧି କରିବା ନିମନ୍ତେ ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ବୁଝାମଣା କରିବା ।
  • ଶିଳ୍ପ ସଂକ୍ରାନ୍ତ ପରାମର୍ଶ ଯୋଗାଇ ଦେବା ।
  • ଶିଳ୍ପ ସଂସ୍ଥାମାନଙ୍କରେ ଦକ୍ଷତା ସମ୍ପନ୍ନ ବ୍ୟକ୍ତି ମାନଙ୍କର ଆବଶ୍ୟକତା ପୂରଣ କରିବା ନେଇ ସେଥିରେ ନିୟୋଜନ ପାଇଁ ଦକ୍ଷତା ବୃଦ୍ଧି ତଥା ଔଦ୍ୟୋଗିକ ତାଲିମ ପାଇଁ ସହାୟତା ଯୋଗାଇ ଦେବା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+