ବାହାନଗା ଟ୍ରେନ୍ ଟ୍ରାଜେଡ଼ି: ଏବେ ବି ପରିଚୟ ଖୋଜୁଛି 28 ମୃତଦେହ
ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାକୁ ତିନି ମାସ ପୁରିସାରିଲାଣି । କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର ହୋଇପାରିନାହିଁ । ଭୁବନେଶ୍ୱରସ୍ଥିତ ଏମ୍ସରେ ଏବେ ବି ପରିଚୟ ଅପେକ୍ଷାରେ ରହିଛି 28 ମୃତଦେହ । ଏପରିକି ଗତ 10 ଦିନ ମଧ୍ୟରେ କେହି ଜଣେ ବି ମୃତ ଦେହ ଚିହ୍ନଟ ପାଇଁ ଆସିନାହାଁନ୍ତି ବୋଲି ଜଣାଯାଇଛି ।

ଏମ୍ସ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଏଫ୍ଏସ୍ ଜେନେଟିକ ଟେଷ୍ଟ ପରେ ସବୁ ବଡି ହସ୍ତାନ୍ତର ହୋଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶକୁ ଆମେ ଅପେକ୍ଷା କରିଛୁ । ଯେହେତୁ ସିବିଆଇକୁ ମାମଲାର ତଦନ୍ତ କରୁଛି ତେଣୁ ସରକାର ନିଷ୍ପତ୍ତି ନେବା ପରେ ସିବିଆଇକୁ ମୃତଦେହଗୁଡ଼ିକ ହସ୍ତାନ୍ତର କରିବୁ । ପୂର୍ବରୁ ଡିଏନଏ ପରୀକ୍ଷା ପାଇଁ ଯାଇଥିବା ସାମ୍ପ୍ଲଲ ରିପୋର୍ଟ ଆସିସରିଛି । 100 ରୁ 110 ଟି ଡିଏନଏ ଟେଷ୍ଟ ହୋଇଛି । ଚିହ୍ନଟ ହୋଇ ନଥିବା ଶବ ଏବେ ବି ଏମ୍ସରେ ରଖାଯାଇଛି ।
ଉଲେଖ ଥାଉକି, ଜୁନ୍ 2 ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ମୋଟ୍ 295 ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ 162 ଜଣଙ୍କର ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ସେଥିରୁ ଏପର୍ଯ୍ୟନ୍ତ 134 ଜଣଙ୍କର ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଛି । ପ୍ରଥମ ପର୍ଯ୍ୟାୟରେ 81ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମୃତଦେହ ହସ୍ତାନ୍ତର କରାଯାଉଛି ଏବଂ ଏପର୍ଯ୍ୟନ୍ତ 53 ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ 28ଟି ମୃତହେଦ ଏମ୍ସରେ ରଖାଯାଇଛି ।












Click it and Unblock the Notifications