ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପାଇଁ 2 ହଜାର କୋଟି ଟଙ୍କା
ଭୁବନେଶ୍ୱର: 1999 ମହାବାତ୍ୟାକୁ ଆଜି ପୁରିଛି 24 ବର୍ଷ । ଏହା ପରେ ବିପର୍ଯ୍ୟୟ ମୁକାବିଲା ନେଇ ସାରା ବିଶ୍ୱକୁ ବାଟ ଦେଖାଉଛି ଓଡ଼ିଶା । ଓଡ଼ିଶା ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ-2023 । 1999 ମସିହା ଏହି ଦିନରେ ଘଟିଯାଇଥିବା ମହାବାତ୍ୟାକୁ ମନେ ପକାଉଛି ସାରା ରାଜ୍ୟ ।
ବିପର୍ଯ୍ୟୟ ସମୟରେ ମିଶନ ଜିରୋ କାଜୁଆଲଟିରେ କାମ କରୁଛନ୍ତି ଓଡ଼ିଶା ସରକାର । ପ୍ରତି ବର୍ଷ ଅକ୍ଟୋବର 29 କୁ ବିପର୍ଯ୍ୟୟ ପ୍ରଶମନ ଦିବସ ଭାବେ ପାଳନ କରାଯାଉଛି । ଏବର୍ଷର ଥିମ୍ ରହିଛି, 'ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ବିପର୍ଯ୍ୟୟ ଓଡ଼ିଶା ପାଇଁ ବଡ଼ ଆହ୍ବାନ । ରାଜ୍ୟ ସବୁବେଳେ ପ୍ରତିଟି ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିଛି । ଚଳିତ ବର୍ଷ ଘଟିଥିବା ବାହାନଗା ଟ୍ରେନ ଟ୍ରାଜେଡି ତାହାର ସବୁଠୁ ବଡ଼ ଉଦାହରଣ lବିପର୍ଯ୍ୟୟ ମୁକାବିଲା ଭିତ୍ତିଭୂମି ପାଇଁ 2 ହଜାର କୋଟି ଖର୍ଚ୍ଚ ହେବ । ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ l ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଏସଆରସି ସତ୍ୟବ୍ରତ ସାହୁ, ଓସଡମା ଏମଡି ଜ୍ଞାନ ରଞ୍ଜନ ଦାସ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଏସ୍ଆର୍ସି ସତ୍ୟବ୍ରତ ସାହୁ କହିଛନ୍ତି ଯେ, ବିପର୍ଯ୍ୟୟ ମୁକାବିଲାରେ ଗତ 10 ବର୍ଷରେ ଅନେକ ପରିବର୍ତ୍ତନ ଆସିଛି । ବାହାନଗା ଟ୍ରେନ ଟ୍ରାଜେଡିରେ ଆମେ ଭଲ କାମ କରିଛନ୍ତି । ବଜ୍ରାଘାତ ମୃତ୍ୟୁ, ସାପ କାମୁଡା ଓ ପାଣି ବୁଡ଼ି ମୃତ୍ୟୁ ଏବେ ସରକାରଙ୍କ ପାଇଁ ସବୁଠୁ ଚିନ୍ତାଜନକ । ତାଳ ଗଛ ଲଗାଇ ବଜ୍ରାଘାତ ପ୍ରଭାଵ କମ ପାଇଁ ପଦକ୍ଷେପ ନିଆଯାଉଛି । ସବୁ ଜିଲ୍ଲାରେ ODRAF ଟିମ ରହିବେ । ଏବେ ରାଜ୍ୟରେ 20 ଟି ODRAF ଟିମ ରହିଛି । ଚାରିଆଡ଼େ ପକ୍କା ଘର ହୋଇଗଲାଣି । ଆଉ ପଲିଥିନ ଦରକାର ନାହିଁ । ତଥାପି ସବୁ ଜିଲ୍ଲାରେ ପର୍ଯ୍ୟାପ୍ତ ପଲିଥିନ ରଖାଯାଇଛି ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା । ୱାର୍ଡ ମେମ୍ବରଠୁ ମୁଖ୍ୟମନ୍ତ୍ରୀ ସମସ୍ତେ ନେବେ ପ୍ରଶିକ୍ଷଣ । ସବୁ ଗାଁରେ 10 ଜଣଙ୍କୁ ରେଡ କ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ । ସବୁ ସରକାରୀ ଅଧିକାରୀ ନେବେ ବିପର୍ଯ୍ୟୟ ମୁକାବିଲା ତାଲିମ । ସବୁ ପଞ୍ଚାୟତରେ ଲାଗିବ ଅଟୋମେଟଡ ୱେଦର ଓ ରେନ ଗଜ ଷ୍ଟେସନ । 3 ହଜାର ପଞ୍ଚାୟତ ପାଇଁ ବିଶ୍ଵ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ ଵୋଲି ମୁଖ୍ୟ ସଚିବ କହିଛନ୍ତି l
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ












Click it and Unblock the Notifications