Get Updates
Get notified of breaking news, exclusive insights, and must-see stories!

କର୍ତ୍ତବ୍ୟପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ, ଝଲସିବ ରଘୁରାଜପୁର କଳା ଓ ସମ୍ବଲପୁରୀ ନୃତ୍ୟ

ଭୁବନେଶ୍ୱର: ଗଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ । ଝଲସିବ ରଘୁରାଜପୁର କଳା । ଦର୍ଶକଙ୍କ ମନ ମୋହିବ ସମ୍ବଲପୁରୀ ନୃତ୍ୟ । ଏହା ସହ ଓଡ଼ିଶାର ପ୍ରଜ୍ଞାପନ ମେଢ ଦେବ ନାରୀ ସଶକ୍ତିକରଣର ବାର୍ତ୍ତା ।

odisha tableau

ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର (ସାଧାରଣତନ୍ତ୍ର) ଦିବସ‌ ପରେଡ୍‌ରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିବ । ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମଡେଲ ମନୋନୀତ ହୋଇଥିବା ସୂଚନା ମିଳିଛି । ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଦିନ ଚିଠି ଜାରି ହୋଇଛି । 16 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମଡ଼େଲ ଚୂଡ଼ାନ୍ତ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖାଯାଇଛି । ମଡେଲ ମନୋନୀତ ସହ ଏ ସମ୍ପର୍କୀତ ମାର୍ଗଦର୍ଶିକା ଚିଠିରେ ଉଲ୍ଲେଖ କରାଯାଇଛି ।

ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା । ବିକଶିତ ଭାରତ ପ୍ରସଙ୍ଗକୁ ନେଇ ଓଡ଼ିଶା ପକ୍ଷରୁ 4 ଟି ଡିଜାଇନ ଦିଆଯାଇଥିଲା । ଏଥିରେ ରଘୁରାଜପୁର ଗାଁର ଡିଜାଇନକୁ କେନ୍ଦ୍ର ମୋହର ମାରିଥିବାବେଳେ ଏହି ଅବସରରେ ସମ୍ବଲପୁରୀ ନୃତ୍ୟ ପରିବେଷଣ ପାଇଁ ଅନୁମତି ମିଳିଛି । ଶିଳ୍ପୀଗ୍ରାମ ରଘୁରାଜପୁରରେ କିପରି ଅନାବଶ୍ୟକ ସାମଗ୍ରୀରୁ ବିଭିନ୍ନ କଳାକୃତି ପ୍ରସ୍ତୁତ କରି ଶିଳ୍ପୀ ପରିଚିତ ହୋଇଛନ୍ତି ଏବଂ ରଘୁରାଜପୁର କିଭଳି ବିକଶିତ, ସାରା ବିଶ୍ବରେ କଳା ପାଇଁ ଆଦୃତ ହୋଇପାରିଛି ତାହା ଏଥିରେ ଦର୍ଶାଯାଇଛି । ବି‌ଶେଷକରି ନାରୀ ଶକ୍ତି ଏଠାରେ ଅଧିକ ସକ୍ରିୟ ରହି କିପରି ବିଭିନ୍ନ କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଏଥିରେ ସ୍ଥାନ ପାଇବ ।

ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହାକୁ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତିକିଶୋର ମହାରଣା । ଓଡ଼ିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତତ୍ତ୍ବାବଧାନରେ ପ୍ରଜ୍ଞାପନ ମେଢ କାର୍ଯ୍ୟ ତ୍ବରାନ୍ବିତ ହେଉଛିା ମେଢ଼ର ସମ୍ମୁଖ ଭାଗରେ କନ୍ଦର୍ପ ହାତୀର ପ୍ରତିକୃତି ରହିବା ସହିତ ପଛଭାଗରେ ରଘୁରାଜପୁର ଗାଁରେ କିଭଳି ନାରୀଶକ୍ତି କଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ତାହା ସ୍ଥାନ ପାଇବ । ମେଢ଼ ସହିତ ସମ୍ବଲପୁରୀ ନୃତ୍ୟ-ସଙ୍ଗୀତ ରହିବ । ଲଗାତାର 3 ବର୍ଷ ଧରି ନିରାଶାର ସମ୍ମୁଖୀନ ହେବା ପରେ ଶେଷରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡ୍ ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସମ୍ମାନଜନକ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେବ ।

ଏଥର ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ସମାରୋହରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶରରୁ ପ୍ରଜ୍ଞାପନ ମେଢ଼ ପାଇଁ ମନୋନୀତ କରାଯାଇଛି । ଯେଉଁ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଆସିବ ସେଠାକାର ସରକାରଙ୍କ ଦ୍ୱାରା ଏହାକୁ 2024 ଜାନୁଆରି 19 ମଧ୍ୟରେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତି କରାଯିବାର ଆବଶ୍ୟକତା ଅଛି । ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆସନ୍ତା 23 ତାରିଖ ଦିନ ପ୍ରଜ୍ଞାପନ ମେଢ଼ଗୁଡ଼ିକର ରିହରସଲ ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+