ରିସର୍ଚ୍ଚ ଇକୋସିଷ୍ଟମ୍ ବୃଦ୍ଧି କରିବାକୁ କାଲିଫର୍ନିଆ ୟୁନିଭରସିଟି ସହ ଚୁକ୍ତିନାମା ସ୍ୱାକ୍ଷର କରିଛି ଓଡିଶା

ଭୁବନେଶ୍ୱର : ସିଲିକନ୍ ଭ୍ୟାଲିକୁ ସରକାରୀ ଗସ୍ତରେ ଯାଇଥିବା ଓଡିଶା ସରକାରଙ୍କ ପ୍ରତିନିଧି ଆଜି ବିଭିନ୍ନ ସଂଗଠନର ବରିଷ୍ଠ ପ୍ରତିନିଧୀଙ୍କ ସହ ଅନେକ ଆଲୋଚନା କରିଛନ୍ତି । ଏହି ପ୍ରତିନିଧୀ ଦଳ କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଫିସର ସେଣ୍ଟରର ବ୍ୟବସାୟ ଆନାଲିଟିକ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ ଜନ୍ ମୋରେ, ହାସ୍ ସ୍କୁଲ୍ ଅଫ୍ ବିଜିନେସ୍ ର କାର୍ଯ୍ୟକାରୀ ଡିନ୍ ଏବଂ ବିଶ୍ୱବିଦ୍ୟାଳୟର ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରିଛନ୍ତି ।

MoU

ଏହି ସମୟରେ ରିସର୍ଚ୍ଚ, ସ୍କିମର ପ୍ରଭାବ ଆକଳନ, ଉଦ୍ୟୋଗୀତା ଏବଂ ଏକାଡେମିକ୍ ପ୍ରକାଶନର ଆଦାନପ୍ରଦାନ କ୍ଷେତ୍ରରେ ଓଡିଶା ସରକାର ଏବଂ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର କରାଯାଇଥିଲା ।

ଏହି ବୁଝାମଣାର ଏକ ଅଂଶ ଭାବରେ ଓଡିଶା ସରକାର ଏବଂ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ପ୍ରକଳ୍ପରେ ସହଯୋଗ କରିବେ ଏବଂ ମିଳିତ ଭାବରେ ଆଲୋଚନାଚକ୍ର ଏବଂ କର୍ମଶାଳା ଆୟୋଜନ କରିବେ । ଉଚ୍ଚ-ବୈଷୟିକ କ୍ଷେତ୍ରରେ ମିଳିତ ତାଲିମ କର୍ମଶାଳା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ଏବଂ ପ୍ରାୟ 1000 ଅନୁସନ୍ଧାନକାରୀଙ୍କୁ ତାଲିମ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଏହି ଏମଓୟୁ ସରକାରଙ୍କୁ ବିଭିନ୍ନ ପଦକ୍ଷେପ ଉପରେ ସହଯୋଗ ପାଇଁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଆଲୁମିନି ନେଟୱାର୍କ ସହିତ ସଂଯୋଗ କରିବାକୁ ସକ୍ଷମ କରିବ ।

ପ୍ରଥମ ପର୍ଯ୍ୟାୟରେ ବିପର୍ଯ୍ୟୟ ପରିଚାଳନା ଏବଂ ଜଳବାୟୁ ନିୟନ୍ତ୍ରଣ, ସ୍ୱାସ୍ଥ୍ୟସେବା, ଫିଣ୍ଟେକ୍ ଏବଂ କୃଷି ଭଳି କ୍ଷେତ୍ରରେ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହେବ । ଉଦୀୟମାନ-ବୈଷୟିକ କ୍ଷେତ୍ରରେ ସହଭାଗୀତା ଯେପରିକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ / ମେସିନ୍ ଲର୍ନିଂ ଏବଂ ଶାସନ ବ୍ୟବସ୍ଥାରେ ଜେନେରେଟିଭ୍ ଏଇ ଜନସାଧାରଣ ବିତରଣ ଯନ୍ତ୍ରରେ ଅଧିକ ପରିବର୍ତ୍ତନ ଆଣିବ । ଆଗାମୀ ଦିନରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ, ଷ୍ଟାର୍ଟ ଅପ୍ ବିନିମୟ କାର୍ଯ୍ୟକ୍ରମ ଏବଂ ଷ୍ଟାର୍ଟ ଅପ୍ ତ୍ୱରାନ୍ୱିତ କାର୍ଯ୍ୟକ୍ରମ ଭଳି ମିଳିତ ପଦକ୍ଷେପ ଉପରେ ସହଯୋଗ କରିବେ । ଏହି ବୁଝାମଣା ବ୍ୟାପକ ପରିସର ବୃହତ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ ରାଜ୍ୟ ପାଇଁ ଅପାର ଲାଭ ଆଣିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+