ନୂଆଦିଲ୍ଲୀ ଆଇ. ଆଇ. ଟି. ଏଫ୍ ରେ ଗ୍ରାହକଙ୍କ ମନ ଜିଣୁଛି ଓଡ଼ିଶା ମହିଳା ଏସ୍ଏଚଜିର ଉତ୍ପାଦ
ପ୍ରଗତି ମୈଦାନରେ ହେଉଥିବା ଏହି ଜାତୀୟ ସ୍ତରର ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିଅନ୍ ରେ ସ୍ଥାନ ପାଇଛି ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ଓରମାସ୍ ଷ୍ଟଲ୍ । ଓଡ଼ିଶାର ଏହି ଷ୍ଟଲରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦ ବିକ୍ରି ହେଉଛି ।
ନୂଆଦିଲ୍ଲୀ : ଜାତୀୟ ରାଜଧାନୀରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା(India International Trade Fair)ରେ ଗ୍ରାହକଙ୍କ ମନ ଜିଣୁଛି ଓଡ଼ିଶାର ଜିନିଷ । ପ୍ରଗତି ମୈଦାନରେ ହେଉଥିବା ଏହି ଜାତୀୟ ସ୍ତରର ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିଅନ୍ ରେ ସ୍ଥାନ ପାଇଛି ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ଓରମାସ୍ ଷ୍ଟଲ୍ । ଓଡ଼ିଶାର ଏହି ଷ୍ଟଲରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦ ବିକ୍ରି ହେଉଛି । ମହିଳା ଏସ୍ଏଚଜିଙ୍କ ଦ୍ୱାରା ପ୍ରସ୍ତୁତ କାଗଜ କାମ, ପଟ୍ଟଚିତ୍ର, କାଇଁଚ ଘାସ, ସବାଇ ଘାସ ଉତ୍ପାଦ ସବୁ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଏହା ବ୍ୟତୀତ ଏହା ସାହାଯ୍ୟରେ ଓଡ଼ିଶାର ଉତ୍ପାଦ ଜାତୀୟ ସ୍ତରରେ ପହଞ୍ଚିବାରେ ସହାୟକ ହୋଇଛି ।

ଓଡ଼ିଶା ପାଭିଲିଅନ୍ ରେ ସ୍ଥାନ ପାଇଥିବା ଷ୍ଟଲରେ କେନ୍ଦୁଝରର ଅଦରକାରୀ କାଗଜରୁ ପ୍ରସ୍ତୁତ ସାମଗ୍ରୀ, ପୁରୀର ପଟ୍ଟଚିତ୍ର, ଜଗତସିଂହପୁରର କାଇଁଚ ଘାସରୁ ତିଆରି ସାମଗ୍ରୀ ଓ ମୟୂରଭଞ୍ଜ ର ସବାରୁ ଘାସ ସାମଗ୍ରୀ ଆଦି ବିକ୍ରି ହେଉଛି । ଷ୍ଟଲ୍ ଗୁଡିକରେ ଗ୍ରାମୀଣ ମହିଳା କାରିଗରଙ୍କ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ଓ ଡେକୋରେଟିଭ୍ ସାମଗ୍ରୀ ବିକ୍ରି ହେଉଛି । ବଜାର ଠାରୁ କମ୍ ଦରରେ ମିଳୁଥିବାରୁ ଗ୍ରାହକଙ୍କ ଭିଡ଼ ଜମୁଛି । ଏହା ସହିତ ଓଡ଼ିଶାର ଉତ୍ପାଦ ପ୍ରତି ଅନ୍ୟ ରାଜ୍ୟର ଗ୍ରାହକ ମଧ୍ୟ ଆକୃଷ୍ଟ ହେଉଛନ୍ତି ।
ନଭେମ୍ବର 14 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାକୁ ପ୍ରଥମ ଦିନରେ ଓଡ଼ିଶା ପାଭିଲିଅନ୍ କୁ ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓରମାସ ତରଫରୁ ଖୋଲି ଥିବା ସମସ୍ତ ଷ୍ଟଲ୍ ବୁଲି ଦେଖିଥିଲେ । ପ୍ରଗତି ମୈଦାନ ରେ ଏହି ମେଳା ନଭେମ୍ବର 27 ତାରିଖ ପର୍ଯ୍ୟନ୍ତ ଚାଲିବ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications