For Quick Alerts
Turn On Notification  
For Daily Alerts
Oneindia App Download

ନୂଆଦିଲ୍ଲୀ ଆଇ. ଆଇ. ଟି. ଏଫ୍ ରେ ଗ୍ରାହକଙ୍କ ମନ ଜିଣୁଛି ଓଡ଼ିଶା ମହିଳା ଏସ୍ଏଚଜିର ଉତ୍ପାଦ

ପ୍ରଗତି ମୈଦାନରେ ହେଉଥିବା ଏହି ଜାତୀୟ ସ୍ତରର ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିଅନ୍ ରେ ସ୍ଥାନ ପାଇଛି ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ଓରମାସ୍ ଷ୍ଟଲ୍ । ଓଡ଼ିଶାର ଏହି ଷ୍ଟଲରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦ ବିକ୍ରି ହେଉଛି ।

|

ନୂଆଦିଲ୍ଲୀ : ଜାତୀୟ ରାଜଧାନୀରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା(India International Trade Fair)ରେ ଗ୍ରାହକଙ୍କ ମନ ଜିଣୁଛି ଓଡ଼ିଶାର ଜିନିଷ । ପ୍ରଗତି ମୈଦାନରେ ହେଉଥିବା ଏହି ଜାତୀୟ ସ୍ତରର ବାଣିଜ୍ୟ ମେଳାର ଓଡ଼ିଶା ପାଭିଲିଅନ୍ ରେ ସ୍ଥାନ ପାଇଛି ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗର ଓରମାସ୍ ଷ୍ଟଲ୍ । ଓଡ଼ିଶାର ଏହି ଷ୍ଟଲରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଉତ୍ପାଦ ବିକ୍ରି ହେଉଛି । ମହିଳା ଏସ୍ଏଚଜିଙ୍କ ଦ୍ୱାରା ପ୍ରସ୍ତୁତ କାଗଜ କାମ, ପଟ୍ଟଚିତ୍ର, କାଇଁଚ ଘାସ, ସବାଇ ଘାସ ଉତ୍ପାଦ ସବୁ ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଏହା ବ୍ୟତୀତ ଏହା ସାହାଯ୍ୟରେ ଓଡ଼ିଶାର ଉତ୍ପାଦ ଜାତୀୟ ସ୍ତରରେ ପହଞ୍ଚିବାରେ ସହାୟକ ହୋଇଛି ।

IITF

ଓଡ଼ିଶା ପାଭିଲିଅନ୍ ରେ ସ୍ଥାନ ପାଇଥିବା ଷ୍ଟଲରେ କେନ୍ଦୁଝରର ଅଦରକାରୀ କାଗଜରୁ ପ୍ରସ୍ତୁତ ସାମଗ୍ରୀ, ପୁରୀର ପଟ୍ଟଚିତ୍ର, ଜଗତସିଂହପୁରର କାଇଁଚ ଘାସରୁ ତିଆରି ସାମଗ୍ରୀ ଓ ମୟୂରଭଞ୍ଜ ର ସବାରୁ ଘାସ ସାମଗ୍ରୀ ଆଦି ବିକ୍ରି ହେଉଛି । ଷ୍ଟଲ୍ ଗୁଡିକରେ ଗ୍ରାମୀଣ ମହିଳା କାରିଗରଙ୍କ ହାତ ତିଆରି ଘର ସାଜସଜ୍ଜା ସାମଗ୍ରୀ ଓ ଡେକୋରେଟିଭ୍ ସାମଗ୍ରୀ ବିକ୍ରି ହେଉଛି । ବଜାର ଠାରୁ କମ୍ ଦରରେ ମିଳୁଥିବାରୁ ଗ୍ରାହକଙ୍କ ଭିଡ଼ ଜମୁଛି । ଏହା ସହିତ ଓଡ଼ିଶାର ଉତ୍ପାଦ ପ୍ରତି ଅନ୍ୟ ରାଜ୍ୟର ଗ୍ରାହକ ମଧ୍ୟ ଆକୃଷ୍ଟ ହେଉଛନ୍ତି ।

ନଭେମ୍ବର 14 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାକୁ ପ୍ରଥମ ଦିନରେ ଓଡ଼ିଶା ପାଭିଲିଅନ୍ କୁ ପଞ୍ଚାୟତିରାଜ୍ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଓରମାସ ତରଫରୁ ଖୋଲି ଥିବା ସମସ୍ତ ଷ୍ଟଲ୍ ବୁଲି ଦେଖିଥିଲେ । ପ୍ରଗତି ମୈଦାନ ରେ ଏହି ମେଳା ନଭେମ୍ବର 27 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha SHG Products shines at IITF Delhi
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X