ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ : ଗତ 24 ଘଣ୍ଟାରେ 695 ନୂଆ ସଂକ୍ରମିତ, 83 ଜଣ 18 ବର୍ଷରୁ କମ୍ ପିଲା
ଗତ 24 ଘଣ୍ଟାରେ ରାଜ୍ୟରେ 695 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ 401 ଜଣ କ୍ୱାରେଣ୍ଟିନ୍ରୁ ଥିବା ବେଳେ, ଲୋକାଲ କେସ ରହିଛି 294 ।
ଭୁବନେଶ୍ୱର : କରୋନା ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ ରାଜ୍ୟରେ 695 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ 401 ଜଣ କ୍ୱାରେଣ୍ଟିନ୍ରୁ ଥିବା ବେଳେ, ଲୋକାଲ କେସ ରହିଛି 294 । କିନ୍ତୁ 18 ବର୍ଷରୁ କମ୍ ପିଲାଙ୍କର ସଂଖ୍ୟା ଚିନ୍ତାର କାରଣ ପାଲଟିଛି । ଏହି ସମୟରେ 83 ଜଣ 18 ବର୍ଷରୁ କମ୍ ପିଲା ସଂକ୍ରମିତ ହୋଇଛନ୍ତି ।

ଗତକାଲି ରାଜ୍ୟରେ 628 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥିମଧ୍ୟରୁ 83 ଜଣ ଥିଲେ 18 ବର୍ଷରୁ କମ୍ ବୟସର ପିଲା ।
ଅପରପକ୍ଷରେ ବର୍ତ୍ତମାନ ରାଜ୍ୟରେ 5876 ଜଣ ସକ୍ରିୟ ରୋଗୀ ଅଛନ୍ତି । ଏହି ସମୟରେ ରାଜ୍ୟରେ 719 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 19 ହଜାର 621 ରେ ପହଞ୍ଚିଛି, ସେହିପରି 10 ଲକ୍ଷ 5 ହଜାର 564 ଜଣ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 323 ଜଣ ଥିବା ବେଳେ, କଟକରୁ 90 ଓ ରାଜ୍ୟ ପୁଲରୁ 76 ଜଣ ଆକ୍ରାନ୍ତ ଅଛନ୍ତି ।
ସେହିପରି ବାଲେଶ୍ୱରରୁ 30 ଜଣ, ଯାଜପୁରରୁ 39 ଜଣ, ମୟୁରଭଞ୍ଜରୁ 18ଜଣ, ନୟାଗଡ଼ରୁ 3 ଜଣ, ସୁନ୍ଦରଗଡ଼ରୁ 5ଜଣ, ପୁରୀରୁ 18 ଜଣ, ସମ୍ୱଲପୁରରୁ 8 ଜଣ, ଜଗତସିଂହପୁରରୁ 25 ଜଣ, ଭଦ୍ରକରୁ 13 ଜଣ, ଢେଙ୍କାନାଳରୁ 4 ଜଣ, କେନ୍ଦ୍ରାପଡ଼ାରୁ 8 ଜଣ, ରାୟଗଡ଼ାରୁ 7 ଜଣ, ଅନୁଗୁଳରୁ 6 ଜଣ, ଦେବଗଡ଼, କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁରରୁ ଜଣେ ଲେଖାଏଁ, ଗଜପତି ଓ ଗଞ୍ଜାମରୁ 2 ଜଣ ଲେଖାଏଁ, ଝାରସୁଗୁଡ଼ାରୁ 6 ଜଣ, କଳାହାଣ୍ଡିରୁ 2 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications