ରାଜ୍ୟରେ ଗତ 24 ଘଣ୍ଟାରେ 630 ନୂଆ ସଂକ୍ରମିତ ଚିହ୍ନଟ, 116 ଜଣ 18 ବର୍ଷରୁ କମ୍ ସଂକ୍ରମିତ
ଗତ 24 ଘଣ୍ଟାରେ ରାଜ୍ୟରେ 630 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ 368 ଜଣ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ, ଲୋକାଲ କେସ ରହିଛି 262 ।
ଭୁବନେଶ୍ୱର : କରୋନା ଦ୍ୱିତୀୟ ଲହର ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଗତ 24 ଘଣ୍ଟାରେ ରାଜ୍ୟରେ 630 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ 368 ଜଣ କ୍ୱାରେଣ୍ଟାଇନ୍ରୁ ଥିବା ବେଳେ, ଲୋକାଲ କେସ ରହିଛି 262 । କିନ୍ତୁ 18 ବର୍ଷରୁ କମ୍ ପିଲାଙ୍କର ସଂଖ୍ୟା ଚିନ୍ତାର କାରଣ ପାଲଟିଛି । ଏହି ସମୟରେ 116 ଜଣ 18 ବର୍ଷରୁ କମ୍ ପିଲା ସଂକ୍ରମିତ ହୋଇଛନ୍ତି ।

ଅପରପକ୍ଷରେ ଏହି ସମୟ ମଧ୍ୟରେ 8 ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ 7020 ଜଣ ସକ୍ରିୟ ରୋଗୀ ଅଛନ୍ତି । ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ 15 ହଜାର 713 ରେ ପହଞ୍ଚିଛି, ସେହିପରି 10 ଲକ୍ଷ 548 ଜଣ ସୁସ୍ଥ ହୋଇଛନ୍ତି ।
ଗତ 24 ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 221 ଜଣ ଥିବା ବେଳେ, କଟକରୁ 118 ଓ ରାଜ୍ୟ ପୁଲରୁ 53 ଜଣ ଆକ୍ରାନ୍ତ ଅଛନ୍ତି ।
ସେହିପରି ବାଲେଶ୍ୱରରୁ 23 ଜଣ, ଯାଜପୁରରୁ 32 ଜଣ, ମୟୁରଭଞ୍ଜରୁ 20ଜଣ, ନୟାଗଡ଼ରୁ 17 ଜଣ, ସୁନ୍ଦରଗଡ଼ରୁ 22ଜଣ, ପୁରୀରୁ 16 ଜଣ, ସମ୍ୱଲପୁରରୁ 13 ଜଣ, ଜଗତସିଂହପୁରରୁ 11 ଜଣ, ଭଦ୍ରକରୁ 10 ଜଣ, ଢେଙ୍କାନାଳରୁ 12 ଜଣ, କୋରାପୁଟରୁ 9 ଜଣ, କେନ୍ଦ୍ରାପଡ଼ାରୁ 8 ଜଣ, ରାୟଗଡ଼ାରୁ 7 ଜଣ, ଅନୁଗୁଳରୁ 5 ଜଣ, ଦେବଗଡ଼, କେନ୍ଦୁଝର, ମାଲକାନାଗିରି, ବରଗଡ଼ରୁ 4 ଜଣ ଲେଖାଏଁ, ବଲାଙ୍ଗୀର, ଗଜପତି ଓ ଗଞ୍ଜାମରୁ 3 ଜଣ ଲେଖାଏଁ, ନବରଙ୍ଗପୁରରୁ 2 ଜଣ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications