ରାଜ୍ୟରେ ଅଣୟତ କରୋନା ସଂକ୍ରମଣ : ଗତ 24 ଘଣ୍ଚାରେ ଚିହ୍ନଟ ହେଲେ 3679 କରୋନା ସଂକ୍ରମିତ
ରାଜ୍ୟରେ ଅଣାୟତ ହେଉଛି କରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 3679 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 384 ଜଣ 18 ବର୍ଷରୁ କମ୍ ବୟସର ରୋଗୀ ଅଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଅଣାୟତ ହେଉଛି କରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 3679 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 384 ଜଣ 18 ବର୍ଷରୁ କମ୍ ବୟସର ରୋଗୀ ଅଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ 2148 ଜଣ ଥିବାବେଳେ 1531 ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଏହି ସୟରେ ରାଜ୍ୟରେ 253 ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ସୂଚନା ଓ ଲେକ ସମ୍ପର୍କ ବିଭାଗ ତଥ୍ୟ ପ୍ରକାଶ କରିଛି । ବର୍ତ୍ତମାନ ରାଜ୍ୟରେ ମୋଟ 11 ହଜାର 663 ଜଣ ସକ୍ରିୟ ରୋଗୀ ଅଛନ୍ତି ।
ଖୋର୍ଦ୍ଧାରୁ ସର୍ବାଧିକ 1223 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ପରେ ସୁନ୍ଦରଗଡ଼ରୁ 582 ଜଣ, ସମ୍ବଲପୁରରୁ 372 ଜଣ, କଟକରୁ 310 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଝାରସୁଗୁଡ଼ାରୁ 134 ଜଣ, ମୟୁରଭଞ୍ଜରୁ 80 ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।












Click it and Unblock the Notifications