ବର୍ଷା ପରେ ବାହାରିଲେ ଡେଙ୍ଗୁ ରୋଗୀ, ସଚେତନ ରହିବାରୁ ପରାମର୍ଶ

ଭୁବନେଶ୍ୱର: ବର୍ଷା ପରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଡେଙ୍ଗୁ ରୋଗୀ । ଜୁନ୍ 30 ସୁଦ୍ଧା 175 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । 10 ହଜାର 700 ଟେଷ୍ଟ ମଧ୍ୟରୁ 175 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିନ୍ତୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଥିବା ନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, 2021 ରୁ ଟେଷ୍ଟିଂ ଅଧିକ ହେଉଉଥିବା ହେତୁ ଡେଙ୍ଗୁ ରୋଗୀ ସଂଖ୍ୟା କମୁଛି । ତେବେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଡେଙ୍ଗୁର ପ୍ରଭାବ ଅଧିକ ଥିବାରୁ ସଚେତନ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

Dengue

ଚିହ୍ନଟ ହୋଇଥିବା 175 ଜଣଙ୍କ ମଧ୍ୟରୁ 93 ଜଣ ରୋଗୀ କେବଳ ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ଚଳିତବର୍ଷ ଦୁଇଗୁଣା ଅଧିକ ଟେଷ୍ଟ ହୋଇଥିଲେ ସୁଦ୍ଧା ରୋଗୀ ସଂଖ୍ୟା କମିଛି । ଏଥିରୁ ସ୍ପଷ୍ଟ ଡିପିଆର କମିଛି । ରାଜ୍ୟରେ କମୁଛି, କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱରରେ ରୋଗୀ ସଂଖ୍ୟା ଅଧିକ ରହୁଛି । ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ସହ ବୈଠକ କରିଛନ୍ତି । ଜିଲ୍ଲାପାଳମାନଙ୍କୁ ଏବଂ ମୁନିସିପାଲ କର୍ପୋରେସନର ଅଧିକାରୀମାନଙ୍କୁ ଆବଶ୍ୟକଜନିତ ସତର୍କତା ମୂଳକ ପଦକ୍ଷେପ ନେବାକୁ SOP ଜାରି ହୋଇଛି । ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ସହ ମଧ୍ୟ ବୈଠକ ହୋଇଛି, ଡେଙ୍ଗୁ କିଭଳି କମିବ ସେନେଇ କାର୍ଯ୍ୟକ୍ରମମାନ ଚାଲିଛି ।

ଏନେଇ ୪୦ଟି ସେଣ୍ଟିନେଲ୍‌ ସାଇଟ୍‌ରେ ଏଲିଶା ପଦ୍ଧତିରେ ଟେଷ୍ଟ କରାଯାଉଛି । ପର୍ଯ୍ୟାପ୍ତ ପରିମାଣର ବେଡ୍‌ ଏବଂ ଔଷଧ ସଂରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବ୍ଲଡ୍‌ ଓ ପ୍ଲାଟିଲେଟ ମହଜୁଦ ରଖିବାକୁ ବ୍ଲଡ୍‌ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି । ସଚେତନ ରହିବା ନେଇ ଜନସାଧାରଣଙ୍କୁ ଡାକ୍ତର ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+