ଓଡ଼ିଶାରେ ସର୍ବନିମ୍ନ କରୋନା ସଂକ୍ରମଣ, ଗତ 24 ଘଣ୍ଟାରେ ମାତ୍ର ଜଣେ ରୋଗୀ ଚିହ୍ନଟ
ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର : ସଂକ୍ରମଣ ଆରମ୍ଭ ହେବା ଦିନ ଠାରୁ ଏଯାବତ୍ ଆଜି ରାଜ୍ୟରେ ସର୍ବନିମ୍ନ ସଂକ୍ରମଣ ରେକର୍ଡ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଜଣକ ସମ୍ବଲପୁର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ସୂଚନା ଅନୁସାରେ ଗତ 24 ଘଣ୍ଟାରେ ସାରା ରାଜ୍ୟରୁ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କରୋନାଜନିତ ମୃତ୍ୟୁର କୌଣସି ରେକର୍ଡ ନାହିଁ । ସଂକ୍ରମିତ ଜଣକ ସମ୍ବଲପୁର ଜିଲ୍ଲାର କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।
ଏଥିସହିତ ଏହି ସମୟ ମଧ୍ୟରେ ସାରା ରାଜ୍ୟରେ ମୋଟ 17 ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ 85 ଜଣ ସକ୍ରିୟ ରୋଗୀ ଅଛନ୍ତି ।
ଆଜ ସୁଦ୍ଧା ରାଜ୍ୟରେ ମୋଟ 12 ଲକ୍ଷ 87 ହଜାର 980 ରୋଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 12 ଲକ୍ଷ 78 ହଜାର 718 ଜଣ ସୁସ୍ଥ ହୋଇ ସାରିଛନ୍ତି ।












Click it and Unblock the Notifications