GST ଆଦାୟରେ ଆଗୁଆ ଓଡ଼ିଶା, ଫେବୃଆରୀରେ ଆଦାୟ ହେଲା 5335.81 କୋଟି ଟଙ୍କା
GST Collection odisha: ଜିଏସଟି ଆଦାୟରେ ପୁଣି ରେକର୍ଡ କରିଛି ଓଡ଼ିଶା । ଚଳିତବର୍ଷ ଓଡିଶାରୁ ସର୍ବାଧିକ ଜିଏସଟି ଆଦାୟ ହୋଇଛି । ଫେବୃଆରୀରେ ସର୍ବାଧିକ 5135.81 କୋଟି ଟଙ୍କାର ମୋଟ ଜିଏସଟି ଆଦାୟ ହୋଇଛି । 2023 ତୁଳନାରେ 2024 ରେ 13.64 % ଅଧିକ ଜିଏସଟି ଆଦାୟ ହୋଇଛି । 2023 ରେ 4519.35 କୋଟି ଜିଏସଟି ଆଦାୟ ହୋଇଥିଲା ।

ଆର୍ଥିକ ବର୍ଷ 2023-24 (ଫେବୃଆରୀ 24 ପର୍ଯ୍ୟନ୍ତ) ସମୟରେ ପ୍ରଗତିଶୀଳ ମୋଟ ଜିଏସଟି 2022-23 ତୁଳନାରେ 11.07 ପ୍ରତିଶତ ବୃଦ୍ଧି ସହ 49638.64 କୋଟି ଟଙ୍କା ରେକର୍ଡ ହୋଇଛି ।
ରାଜ୍ୟ ଜିଏସଟି (OGST + IGST Settlement ) ବାବଦକୁ 2295.41 କୋଟି ଟଙ୍କା ସହ ଓଡିଶା ତୃତୀୟ ସର୍ବାଧିକ ସଂଗ୍ରହ ରେକର୍ଡ କରିଛି । ଫେବୃଆରୀ 2023 ରେ ଷ୍ଟେଚ୍ ଜିଏସଟି 1673.96 କୋଟି ସଂଗ୍ରହ ତୁଳନାରେ ଚଳିତ ବର୍ଷ ଫେବୃଆରୀ ରେ 37.12 ପ୍ରତିଶତ ଅଧିକ ଜିଏସଟି ଆଦାୟ ହୋଇଛି ।
ସେହପରି ଫେବୃଆରୀ 2024 ମାସ ପର୍ଯ୍ୟନ୍ତ ରାଜ୍ୟ ଜିଏସଟି (OGST + IGST Settlement) ର ପ୍ରଗତିଶୀଳ ସଂଗ୍ରହ 21846.55 କୋଟି ଟଙ୍କା ହୋଇଥିବା ବେଳେ 2023 ଫେବୃଆରୀ ସୁଦ୍ଧା ଏହା 16710.34 କୋଟି ଟଙ୍କା ଥିଲା । ଏଥିରେ 30.74% ଅଭିବୃଦ୍ଧି ହାର ରେକର୍ଡ କରାଯାଇଛି ।
ସିଟି ଏବଂ ଜିଏସଟି କମିଶନରେଟ୍, ଓଡ଼ିଶା ଦ୍ୱାରା ତଦାରଖ କରାଯାଇଥିବା ସମସ୍ତ ନିୟମ ଅନୁଯାୟୀ OGST/IGST Settlement/ VAT and Profession Tax ରୁ ଫେବୃଆରୀ 2024 ରେ 3470.75 କୋଟି ଟଙ୍କା ସଂଗ୍ରହ ହୋଇଛି । ଯାହାକି ଫେବୃଆରୀ 2023 ରେ ସଂଗ୍ରହ ହୋଇଥିବା 2765.44 କୋଟି ଟଙ୍କା ତୁଳନାରେ 25.50 ପ୍ରତିଶତ ଅଧିକ ।












Click it and Unblock the Notifications