୬ ଜାନୁଆରୀରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ: ଜାଣନ୍ତୁ, କେମିତି କରିବେ ଆବେଦନ
ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ୬ ଜାନୁଆରୀରୁ ମିଳିବ ଏହି ସୁବିଧା । ୬ ଜାନୁଆରୀ ୨୦୨୩ ଠାରୁ ୨୦ ଜାନୁଆରୀ ୨୦୨୩ ଯାଏଁ ଆପଣମାନେ ରାଜଭବନରେ ବୁଲିପାରିବେ ।
ଭୁବନେଶ୍ୱର: ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ୬ ଜାନୁଆରୀରୁ ମିଳିବ ଏହି ସୁବିଧା । ୬ ଜାନୁଆରୀ ୨୦୨୩ ଠାରୁ ୨୦ ଜାନୁଆରୀ ୨୦୨୩ ଯାଏଁ ଆପଣମାନେ ରାଜଭବନରେ ବୁଲିପାରିବେ । ଅପରାହ୍ନ ୨.୩୦ - ୫.୦୦ ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।

କିପରି କରିବେ ପଞ୍ଜିକରଣ ?
- ପ୍ଲେ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜ ଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ।
- ଓଡ଼ିଶାର ରାଜ ଭବନ ୱେବସାଇଟରେ ଉପଲବ୍ଧ ଥିବା QR କୋଡ୍ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ୟ ଡାଉନଲୋଡ଼ କରିପାରିବେ ।
- ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ସକାଳ ସମୟ ସ୍ଥିର ହୋଇଛି ।
- ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବସାଇଟ୍ : www.rajbhavanodisha.gov.in ପରିଦର୍ଶନ କରି ସବିଶେଷ ତଥ୍ୟ ଜାଣି ପାରିବେ ।
ତେବେ କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ । ରାଜ ଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ ।












Click it and Unblock the Notifications