ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ; ଜାଣନ୍ତୁ, କେମିତି ପାଇବେ ପ୍ରବେଶ ଅନୁମତି...
ଭୁବନେଶ୍ୱର: ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । 6 ଜାନୁଆରୀ ରୁ 20 ଜାନୁଆରୀ ଯାଏଁ ଆପଣମାନେ ରାଜଭବନରେ ବୁଲିପାରିବେ । ଅପରାହ୍ନ 2.30 - 5.00 ପର୍ଯ୍ୟନ୍ତ ଏହା ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।

ଫୁଲର ସମ୍ଭାରରେ ଝଲସିବ ରାଜଭବନ ଉଦ୍ୟାନ । ବିଭିନ୍ନ ପ୍ରକାର ଫୁଲ, ୱାଟର ଫାଉଣ୍ଟେନ୍, ମ୍ୟୁଜିକାଲ୍ ଫାଉଣ୍ଟେନ୍, ହରିଣ ପାର୍କ ଆଦିର ମଜା ନେଇପାରିବେ ସାଧାରଣ ଲୋକ । ଦର୍ଶକଙ୍କୁ ଆକର୍ଷିତ କରିବ 500 ରୁ ଊର୍ଦ୍ଧ୍ୱ କିସମର ଭଳି କି ଭଳି ଫୁଲର ସମ୍ଭାର । ବିଭିନ୍ନ କିସମର ଗୋଲାପ ସାଙ୍ଗକୁ ସାଲ୍ଭିଆ, ଡାଲିଆ, ସେବତି, ଅର୍କିଡ୍ ହାଉସ୍ ଓ କାକ୍ଟସ୍ ହାଉସ୍ ସାଙ୍ଗକୁ ମ୍ୟୁଜିକ୍ ଫାଉଣ୍ଟେନ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଉଦ୍ୟାନରେ ପୁଷ୍ପ ପ୍ରଦର୍ଶନୀ ଦେଖିବା ପାଇଁ ସ୍କୁଲ କଲେଜର ପିଲାଙ୍କଠାରୁ ଆରମ୍ଭ କରି ଲୋକମାନେ ପରିବାର ସହ ଆସିବେ । ଫୁଲ ସହ ବିଭିନ୍ନ ଔଷଧୀୟ ଗଛ ସମ୍ପର୍କରେ ତଥ୍ୟ ପାଇବାର ସୁଯୋଗ ମିଳିବ ।
ତେବେ କେବଳ ମୋବାଇଲ୍ ଆପ୍ ପଞ୍ଜିକରଣ ମାଧ୍ୟମରେ ପ୍ରବେଶ ଅନୁମତି ଦିଆଯିବ । ରାଜ ଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡିବ ନାହିଁ ।
କିପରି କରିବେ ପଞ୍ଜିକରଣ ?
- ପ୍ଲେ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜ ଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ।
- ଓଡ଼ିଶାର ରାଜ ଭବନ ୱେବସାଇଟରେ ଉପଲବ୍ଧ ଥିବା QR କୋଡ୍ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ୟ ଡାଉନଲୋଡ଼ କରିପାରିବେ ।
- ସ୍କୁଲ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ସକାଳ ସମୟ ସ୍ଥିର ହୋଇଛି ।
- ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବସାଇଟ୍ : www.rajbhavanodisha.gov.in ପରିଦର୍ଶନ କରି ସବିଶେଷ ତଥ୍ୟ ଜାଣି ପାରିବେ ।












Click it and Unblock the Notifications