Get Updates
Get notified of breaking news, exclusive insights, and must-see stories!

ଅପରାହ୍ନରେ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ବି ବର୍ଷିବ । ରାଜ୍ୟର ଅନେକ ଅଞ୍ଚଳରେ ଅପରାହ୍ନରେ ପ୍ରବଳ ବର୍ଷିବ । ବର୍ଷାରୁ ବାଦ୍ ପଡ଼ିବନି ଟ୍ୱିନ୍ ସିଟି । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Rain

କଟକ ଭୁବନେଶ୍ୱର ସମେତ 19 ଜିଲ୍ଲାରେ ଆଜି ଅପରାହ୍ନ 4.15 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ଭିତରେ ସଂପୃକ୍ତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହିତ ଘଡଘଡି ବିଜୁଳି ମାରିବାର ଆଶଙ୍କା ବି ରହିଛି ।

ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ମଧ୍ୟରେ ରହିଛି ମାଲକାନଗିରି, କୋରାପୁଟ, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ଗଜପତି, ଗଞ୍ଜାମ, ନୟାଗଡ, ପୁରୀ, ଢେଙ୍କାନାଳ, ଜାଜପୁର, କେନ୍ଦ୍ରାପଡା, ଜଗତସିଂପୁର, ଖୋର୍ଦ୍ଧା, କଟକ । ପାଣିପାଗକୁ ଦେଖି ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ବାୟୁମଣ୍ଡଳରେ 7.6 କିମି ଯାଏଁ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ ।

ଲଘୁଚାପ ପ୍ରଭାବରେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । 13 ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ୱର ସହରରେ ସର୍ବାଧିକ 117.1 ମି.ମି. ବର୍ଷା ରେକର୍ଡ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+