ସାଇବର ଠକଙ୍କୁ ସାବଧାନ ! ପାର୍ସଲ ନାଁରେ କଲ୍ କରି ଲୁଟୁଛନ୍ତି...
ଭୁବନେଶ୍ୱର: ଆପଣଙ୍କ ପାଖକୁ ଆସିପାରେ ସାଇବର ଠକଙ୍କ ପୋନ୍ କଲ୍ । "ଆପଣଙ୍କ ନାଁରେ ପାର୍ସଲ ଆସିଛି, ଏଥିରେ ନିଶାଦ୍ରବ୍ୟ ଅଛି । ନିଜକୁ ବଞ୍ଚାଇବାକୁ ହେଲେ କିଛି ଟଙ୍କା ଦେଇ ମାମଲା ରଫାଦଫା କରିନିଅନ୍ତୁ..." ଏମିତି ଫୋନ୍ କଲ୍ ଆପଣଙ୍କୁ ପାଖକୁ ଆସିପାରେ । ଏପରିକି ଆପଣଙ୍କୁ NCB, CBI, ED ର ଧମକ ମଧ୍ୟ ମିଳିପାରେ । ତେଣୁ ସତର୍କ ହୋଇଯାଆନ୍ତୁ ।

ବର୍ତ୍ତମାନ ଠକେଇର ନୂଆ ତରିକା ଆପଣାଇଛନ୍ତି ସାଇବର ଠକ । ବିଭିନ୍ନ କୋରିଅର କମ୍ପାନୀ ନାଁରେ ଲୋକଙ୍କ ଫୋନ୍ କରି ଭୟଭୀତ କରିବା ସହ ପୋଲିସ୍ ର ଧମକ ମଧ୍ୟ ଦେଉଛନ୍ତି । ନିକଟରେ ଏମିତି କେତେ ମାମଲା ମଧ୍ୟ ସାମ୍ନାକୁ ଆସିଛି । ତେଣୁ ଓଡ଼ିଶା ପୋଲିସ୍ ପକ୍ଷରୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।
ଓଡ଼ିଶା ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, କୌଣସି କୋରିଅର କମ୍ପାନୀ କଷ୍ଟମର କେୟାର ନାଁ ରେ କଲ୍ କରି କେହି ଟଙ୍କା ମାଗିଲେ ଭୟଭୀତ ହୁଅନ୍ତୁ ନାହିଁ କିମ୍ବା ଟଙ୍କା ଦିଅନ୍ତୁ ନାହିଁ । ନିଜକୁ NCB, CBI ଏବଂ ED ର ଅଧିକାରୀଙ୍କ ପରିଚୟ ଦେଇ ଟଙ୍କା ମାଗିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ସତ୍ୟାସତ୍ୟ ଯାଞ୍ଚ କରନ୍ତୁ । ଏପରିକି ଆପଣଙ୍କ ନିକଟକୁ କୌଣସି ପାର୍ସଲ ଆସିବାରେ ଥିଲେ ତା ନେଇ ଯାଞ୍ଚ କରନ୍ତୁ । ଭୟଭୀତ ହୋଇ ଟଙ୍କା ନ ଦେଇ ଯଥା ଶୀଘ୍ର ସାଇବର କ୍ରାଇମ୍ କିମ୍ବା ନିକଟସ୍ଥ ପୋଲିସ୍ ଷ୍ଟେସନରେ ଏ ନେଇ ଅବଗତ କରାନ୍ତୁ ।












Click it and Unblock the Notifications