Odisha Congress: ନିର୍ବାଚନ ଆଗରୁ କଂଗ୍ରେସକୁ ବଡ଼ ଝଟକା, ହାତ ଛାଡିଦେଲେ ପିସିସି ଉପସଭାପତି ରଜତ ଚୌଧୁରୀ
ଭୁବନେଶ୍ୱର: ଆଗାମୀ ଲୋକସଭା ନିର୍ବାଚନ ଓ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ନିଜର ସଙ୍ଗଠନ ମଜବୁତ କରିବାରେ ଲାଗିପଡ଼ିଛି । ଏହି ସମୟରେ ଦଳକୁ ଲାଗିଛି ବଡ଼ ଝଚକା । ଦଳର ହାତ ଛାଡ଼ି ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।

ରାଜ୍ୟ କଂଗ୍ରେସର ଉପସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ ରଜତ । 2014 ରୁ 2016 ମସିହା ପର୍ଯ୍ୟନ୍ତ ଯୁବ କଂଗ୍ରେସର ସଭାପତି ଭାବେ କାର୍ଯ୍ୟ କରିଥିଲେ ରଜତ ଚୌଧୁରୀ । ପରେ ତାଙ୍କୁ ପିସିସି ସାଧାରଣ ସଂପାଦକ ପଦ ମିଳିଥିଲା । ବର୍ତ୍ତମାନ ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି ।
କଂଗ୍ରେସ ଛାଡ଼ିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏନେଇ ରଜତ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ଆଗରୁ ନିହାର ମହାନନ୍ଦ, ଅଂଶୁମାନ ମହାନ୍ତି କଂଗ୍ରେସ ଛାଡ଼ିଛନ୍ତି । ଏପରିକି ବିପ୍ଲବ ଜେନା ମଧ୍ୟ କଂଗ୍ରେସ ଛାଡ଼ିଛନ୍ତି । ଅର୍ଥତତ୍ୱ ଚିଟ୍ ଫଣ୍ଡ ମାମଲାରେ ଗିରଫ ମଧ୍ୟ ହୋଇଥିଲେ ରଜତ ।
ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ବରିଷ୍ଠ ନେତାଙ୍କ ହାତ ଛାଡ଼ିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ହଠାତ୍ ନିର୍ବାଚନ ପୂର୍ବରୁ ରଜତ କ'ଣ ପାଇଁ ଏପରି ଦଳ ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇ ପାରି ନାହିଁ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications