Get Updates
Get notified of breaking news, exclusive insights, and must-see stories!

Panchayat Election Result Live: ଆସିଲା ସମ୍ପୂର୍ଣ୍ଣ ଫଳାଫଳ, ବିଜେଡି ହାତେଇଲା ୭୬୫ ସିଟ୍, ବିଜେପି-୪୨ ଓ କଂଗ୍ରେସ-୩୭

ଓଡିଶା ପଞ୍ଚାୟତ ନିର୍ବାଚନ ଫଳାଫଳ ଲାଇଭ ଅପଡେଟକୁ ଆପଣଙ୍କୁ ସ୍ବାଗତ୍ । ଭୋଟ୍ ଗଣନାଠୁ ଚୁଡାନ୍ତ ଫଳାଫଳ ଅବା ବିଭିନ୍ନ ଜୋନରେ ଲିଡିଂ... ପ୍ରତି ଅପଡେଟ୍ ଆମେ ଦେବୁ ଆପଣଙ୍କୁ । ପଞ୍ଚାୟତ ଫଳାଫଳର ଟିକିନିକି ଅପଡେଟ୍ ପାଇଁ "ୱାନଇଣ୍ଡିଆ ଓଡ଼ିଆ" ପେଜ୍ କୁ ରିଫ୍ରେସ କରନ୍ତ

Panchayat Election 2022 Result Live: ଓଡିଶା ପଞ୍ଚାୟତ ନିର୍ବାଚନ ଫଳାଫଳ ଲାଇଭ ଅପଡେଟକୁ ଆପଣଙ୍କୁ ସ୍ବାଗତ୍ । ଭୋଟ୍ ଗଣନାଠୁ ଚୁଡାନ୍ତ ଫଳାଫଳ ଅବା ବିଭିନ୍ନ ଜୋନରେ ଲିଡିଂ... ପ୍ରତି ଅପଡେଟ୍ ଆମେ ଦେବୁ ଆପଣଙ୍କୁ । ପଞ୍ଚାୟତ ଫଳାଫଳର ଟିକିନିକି ଅପଡେଟ୍ ପାଇଁ "ୱାନଇଣ୍ଡିଆ ଓଡ଼ିଆ" ପେଜ୍ କୁ ରିଫ୍ରେସ କରନ୍ତୁ ।

Odisha Panchayat Election 2022 Result Live Updates in Odia

Mar 01, 2022, 8:02 pm IST

ଧନ୍ୟବାଦ୍ ।
Mar 01, 2022, 8:02 pm IST

ୱାନଇଣ୍ଡିଆ ସହ ଯୋଡି ହୋଇଥିବାରୁ ଧନ୍ୟବାଦ

ତେବେ ପଞ୍ଚାୟତ ଫଳାଫଳ ପାଇଁ ୱାନଇଣ୍ଡିଆ ସହ ଯୋଡି ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ପ୍ରତିଦିନର ତମାମ୍ ଗୁରୁତ୍ୱ ପୂର୍ଣ୍ଣ ଖବର ଜାଣିବା ପାଇଁ ଯୋଡ଼ି ହୋଇ ରହିଥାନ୍ତୁ odia.oneindia.com ସହ....
Mar 01, 2022, 7:59 pm IST

ଶେଷ ହେଲା ଭୋଟ୍ ର ମହାପର୍ବ

ଶେଷ ହେଲା ଓଡିଶା ପଞ୍ଚାୟତ ନିର୍ବାଚନ । ଚଳିତ ମାସ 16 ତାରିଖରୁ ଆରମ୍ଭ ହୋଇ 5ଟି ପର୍ଯ୍ୟାୟରେ ମତଦାନ ହୋଇଥିଲା । ସେହିପରି ଗତ 26 ତାରିଖରୁ 3ଟି ପର୍ଯ୍ୟାୟରେ ଗଣନା ହୋଇଥିଲା । ଭାରତୀୟ ରାଜନୀତି ଇତିହାସରେ ରେକର୍ଡ କଲା ବିଜେଡିର ବିଜୟ । ରାଜ୍ୟ 90 ପ୍ରତିଶତ ଫଳାଫଳ କରି ସଭିଙ୍କୁ ଚକିତ କରିଛି ସରକାରୀ ଦଳ । ଅନ୍ୟପଟେ ବିରୋଧୀଙ୍କ ଏପରି ଶୋଚନୀୟ ଅବସ୍ଥା ମଧ୍ୟ ସହୁ ଆଡେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
Mar 01, 2022, 7:55 pm IST

ପଞ୍ଚାୟତ ଫଳାଫଳ: କାହାକୁ ମିଳିଲା କେତେ ଭୋଟ୍ ?

ଚଳିତ ବର୍ଷ ପଞ୍ଚାୟତ ନିର୍ବାଚନରେ କାହାକୁ ମିଳିଛି କେତେ ଭୋଟ୍ ? ବିଜେଡିକୁ ମିଳିଛି ସର୍ବାଧିକ #୫୨.୭୩% ଭୋଟ୍‌ । ବିଜେପିକୁ ମିଳିଛି ୩୦.୦୭% ଏବଂ କଂଗ୍ରେସକୁ ମିଳିଛି ୧୩.୫୭% ଭୋଟ । ୩୦ ଜିଲ୍ଲାର ୩୧୪ ବ୍ଲକରେ ମତଦାତା କରିଥିଲେ ମତଦାନ । ମୋଟ ୨ କୋଟି ୧୦ ଲକ୍ଷ ୨୮ ହଜାର ୪୦୩ ବୈଧ ଭୋଟ୍ ପଡ଼ିଥିଲା। ସେଥିରୁ ବିଜେଡି ୧ କୋଟି ୧୦ ଲକ୍ଷ ୮୯ ହଜାର ୭୧୨ ଖଣ୍ଡ ପାଇଥିଲା। ବିଜେପି ୬୩ ଲକ୍ଷ ୨୩ ହଜାର ୭୪୬ଟି ଭୋଟ୍ ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ୨୮ ଲକ୍ଷ ୫୪ ହଜାର ୩୯୮ ଖଣ୍ଡ ଭୋଟ୍‌। ସେହିପରି ସ୍ୱାଧୀନ ପ୍ରାର୍ଥୀଙ୍କୁ ୨ ଲକ୍ଷ ୮୧ ହଜାର ୨୧୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଥିଲେ ୪ ଲକ୍ଷ ୭୯ ହଜାର ୩୩୪ ଖଣ୍ଡ ଭୋଟ୍‌।
Mar 01, 2022, 3:17 pm IST

ଆସିଲା ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ

ଆସିଲା ୮୫୧ ଜିଲ୍ଲା ପରିଷଦ ଜୋନର ଫଳାଫଳ
ଜାଣନ୍ତୁ, କେଉଁ ଦଳ କେତୋଟି ଆସନ କଲା ଦଖଲ?
Mar 01, 2022, 3:14 pm IST

ଆସିଲା ସମ୍ପୂର୍ଣ୍ଣ ଫଳାଫଳ

ଆସିଲା ସମ୍ପୂର୍ଣ୍ଣ ଫଳାଫଳ
ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିବା ୮୫୧ ଜିଲ୍ଲା ପରିଷଦ ଜୋନର ପ୍ରକାଶ ପାଇଲା ସମ୍ପୂର୍ଣ୍ଣ ଫଳାଫଳ । ବିଜେଡି ୭୬୫, ବିଜେପି ୪୨, କଂଗ୍ରେସ ୩୭, ସ୍ବାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛନ୍ତି । ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ସୂଚନା ଜାରି ।
Mar 01, 2022, 2:15 pm IST

ପଞ୍ଚାୟତ ଫଳାଫଳ

ବିଜେଡିକୁ ବିପୁଳ ସଫଳତା, ଏବେ ସୁଦ୍ଧା ୭୫୯ଟି ଆସନରେ ବିଜେଡି ବିଜୟୀ, ବାକି ଅଛି ୬ଟି ଆସିନ
Mar 01, 2022, 2:14 pm IST

ପଞ୍ଚାୟତ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ନେଇ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା: ବିଜେପିର ଅଧିକାଂଶ ନେତାଙ୍କ ଗ୍ରହଣୀୟତା ଲୋକଙ୍କ ପାଖରେ ନାହିଁ, ବର୍ତ୍ତମାନ କେବଳ ଆତ୍ମସମୀକ୍ଷା ନୁହେଁ, ଗଭୀର ଅନୁଶୀଳନ ଦରକାର ।
Mar 01, 2022, 2:14 pm IST

ପଞ୍ଚାୟତ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ନେଇ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା । ବିଜେଡି ଫିଲ୍ଡରେ ଏକାକୀ ଥିଲା, ନବୀନଙ୍କ ଭାବମୂର୍ତ୍ତି ନେଇ ପ୍ରଚାର କରୁଥିଲା, ବିଜେଡିର ନିର୍ବାଚନ ପରିଚାଳନା ଭଲ, ସତ୍ୟକୁ ସ୍ୱୀକାର କରିବାକୁ ହେବ ।
Mar 01, 2022, 2:00 pm IST

ପଞ୍ଚାୟତ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ନେଇ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା: ଦଳ ଏବେ ଏକ କୋର୍ କମିଟି ଗଠନ କରିଛି, ସେମାନେ କ’ଣ କରୁଥିଲେ
Mar 01, 2022, 12:54 pm IST

୮୫୧ରୁ ୮୪୫ର ଫଳାଫଳ

୮୫୧ରୁ ୮୪୫ର ଫଳାଫଳ
୮୫୧ ଜିଲ୍ଲା ପରିଷଦ ଜୋନରୁ ଏଯାବତ୍ ୮୪୫ ଆସନର ଆସିଲାଣି ଫଳାଫଳ । ପୁଣି ବଢିଲା ବିଜେଡିର ବିଜୟ ଆସନ, କଂଗ୍ରେସ ଓ ବିଜେପିର ବିଜୟ ଗାଡି ସେମିତି ସ୍ଥିର ରହିଛି ।
Mar 01, 2022, 12:44 pm IST

ବିପୁଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ

ବିପୁଳ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବିପୁଳ ସଫଳତା । ବିଜୟୀ ସମସ୍ତ ଦଳୀୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ । ଟ୍ୱିଟ୍ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ । ଅକୁଣ୍ଠ ଭଲ ପାଇବା ନେଇ ବିଜୟୀ କରିଥିବାକୁ ଧନ୍ୟବାଦ । ଏହି ଜନମତ ସେବା ପାଇଁ ଆମ ସଙ୍କଳ୍ପକୁ ଆହୁରି ଦୃଢ କରିଛି ।
Mar 01, 2022, 12:38 pm IST

୮୫୧ ଜିଲ୍ଲା ପରିଷଦ ଜୋନରୁ ଏଯାବତ୍ ୮୪୫ ଆସନର ଆସିଲାଣି ଫଳାଫଳ । ପୁଣି ବଢିଲା ବିଜେଡିର ବିଜୟ ଆସନ, କଂଗ୍ରେସ ଓ ବିଜେପିର ବିଜୟ ଗାଡି ସେମିତି ସ୍ଥିର ରହିଛି ।
Mar 01, 2022, 10:11 am IST

ପଞ୍ଚାୟତ ନିର୍ବାଚନ ଫାଳଫଳ: ଶାସକ ବିଜୁ ଜନତା ଦଳ 743ଟି ଅସନରେ ବିଜୟୀ ହୋଇଥିବା ବେଳେ ଆଉ 22ଟି ସିଟରେ ଆଗୁଆ ରହିଛି। ଅର୍ଥାତ ଦଳ ସମୁଦାୟ 765 ଆସନ ପାଇବ। ସେହିପରି ବିଜେପି 42ଟି ଆସନରେ ବିଜୟୀ ହୋଇଛି ଏବଂ କଂଗ୍ରେସ 37ଟି ଆସନରେ ବିଜୟଈ ହୋଇଛି। 7ଟି ଆସନରେ ସ୍ଵାଧିନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
Feb 28, 2022, 10:08 pm IST

କଟକ

-ଆଠଗଡ଼-୩ରେ ବିଜେଡିର ବଳଭଦ୍ର ବାଘ ଆଗୁଆ -କଟକ ସଦର-୭ରେ ବିଜେଡିର ସୁଭଦ୍ରା ଦାସ ଆଗୁଆ -ଟାଙ୍ଗୀ ଚୌଦ୍ୱାର-୧୩ରେ ବିଜେଡିର ଜୟଶ୍ରୀ ପ୍ରଧାନ ଆଗୁଆ -ନରସିଂହପୁର-୧୮ରେ ବିଜେଡିର ଅଜୟ ପଣ୍ଡା ଆଗୁଆ -ନରସିଂହପୁର-୧୯ରେ ବିଜେଡିର କିଶୋର ମିଶ୍ର ଆଗୁଆ -ନିଆଳି-୨୩ରେ ବିଜେଡିର ସୂର୍ଯ୍ୟକାନ୍ତ ମହାନ୍ତି ଆଗୁଆ -ବଡମ୍ବା-୩୧ରେ ବିଜେଡିର ନାରାୟଣ ସାହୁ ଆଗୁଆ -ମାହାଙ୍ଗା-୪୧ରେ ବିଜେଡିର ଜଗବନ୍ଧୁ ସେଠୀ ଆଗୁଆ -ମାହାଙ୍ଗା-୪୨ରେ ବିଜେଡିର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଆଗୁଆ -ସାଲେପୁର-୪୫ରେ ବିଜେଡିର ହରେକୃଷ୍ଣ ବେହେରା ଆଗୁଆ -ସାଲେପୁର-୪୬ରେ ବିଜେଡିର ନମିତା ସେଠୀ ଆଗୁଆ -ଟାଙ୍ଗୀ ଚୌଦ୍ୱାର-୧୨ରେ ବିଜେଡିର ଚିତ୍ତରଂଜନ ସାମଲ ଆଗୁଆ -ନିଶ୍ଚିନ୍ତକୋଇଲି-୨୮ରେ ବିଜେଡିର ଶୁଭଶ୍ରୀ ମହାନ୍ତି ଆଗୁଆ -ନିଶ୍ଚିନ୍ତକୋଇଲି-୨୭ରେ ବିଜେଡିର ନୃପତି ଭୂଷଣ ଷଣ୍ଢ ଆଗୁଆ -ନିଆଳି-୨୨ରେ ବିଜେଡିର ଦେବାଶିଷ ଷଡ଼ଙ୍ଗୀ ଆଗୁଆ -ବାଙ୍କୀ-୩୬ରେ ବିଜେଡିର ରଶ୍ମୀରେଖା ପଣ୍ଡା ଆଗୁଆ -କଟକ ସଦର-୬ରେ ବିଜେଡିର ରଶ୍ମିତା ମାହାର୍ଥ ଆଗୁଆ
Feb 28, 2022, 10:03 pm IST

ଖୋର୍ଦ୍ଧା

-ଭୁବନେଶ୍ୱର-୩୦ରେ ବିଜେଡିର ବବିତା ରାଉତ ବିଜୟୀ -ଖୋର୍ଦ୍ଧା-୩ରେ ବିଜେଡିର ରୂପଶ୍ରୀ ଗୁମାନସିଂହ ଆଗୁଆ -ବେଗୁନିଆ-୨୪ରେ ବିଜେଡିର ତନୁଜା ପାଟ୍ଟଶାଣୀ ଆଗୁଆ -ଚିଲିକା-୬ରେ ବିଜେଡିର ସବିତା ସୁନ୍ଦରାୟ ଆଗୁଆ -ବୋଲଗଡ଼-୨୭ରେ ବିଜେଡିର ପ୍ରଦୀପ୍ତ ଛୋଟରାୟ ଆଗୁଆ -ବାଲିଅନ୍ତା-୧୮ରେ ବିଜେଡିର ମଙ୍ଗରାଜ ବେହେରା ଆଗୁଆ -ଟାଙ୍ଗୀ-୧୨ରେ ବିଜେଡିର ବିଜୟ ପାଲଟାସିଂହ ଆଗୁଆ -ଟାଙ୍ଗୀ-୧୧ରେ ବିଜେଡିର ଅନସୂୟା ବେହେରା ଆଗୁଆ -ବାଲିପାଟଣା-୨୧ରେ ବିଜେଡିର ପବିତ୍ର ପଟେଲ ଆଗୁଆ -ବାଣପୁର-୧୫ରେ ବିଜେଡିର ଗୋପିନାଥ ମହାରଣା ଆଗୁଆ
Feb 28, 2022, 9:53 pm IST

୫୫୩ ଆସନ ଜିତି ସାରିଲାଣି ବିଜେଡି, ମିଶିକି ଶହେ ଟପି ପାରିଲେନି ବିଜେପି-କଂଗ୍ରେସ

ପ୍ରଥମ ଦୁଇ ଦିନ ଗଣତି ୬୨୦ ଜିଲ୍ଲା ପରିଷଦ ଆସନର ଫଳାଫଳରେ ୫୫୩ ଆସନ ଅକ୍ତିଆର କରିଛି ବିଜେଡ଼ି । ଯେତେବେଳେ କି ରାଜ୍ୟ ଦୁଇ ପ୍ରମୁଖ ବିରୋଧି ଦଳ ବିଜେପି ଓ କଂଗ୍ରେସର ଆସନ ସଂଖ୍ୟା ମିଶିକରି ମଧ୍ୟ ଶହେ ଅତିକ୍ରମ କରି ପାରି ନାହିଁ । ଫଳାଫଳ ଆସିଥିବା ୬୨୦ ଜିଲ୍ଲା ପରିଷଦ ଆସନରୁ ବିଜେପିକୁ ମାତ୍ର ୩୧ ସିଟ୍ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ୩୦ଟି ସିଟ୍ ।
Feb 28, 2022, 9:28 pm IST

ଖାତା ଖୋଲିପାରିଲେନି ବିଜେପି-କଂଗ୍ରେସ

ବିଜେପି ୧୦ଟି ଜିଲ୍ଲାରେ ଖାତା ଖୋଲିପାରିଲାନି । ସେହିପରି କଂଗ୍ରେସ ୧୮ଟି ଜିଲ୍ଲାରେ ଖାତା ଖୋଲିପାରିଲାନି ।
Feb 28, 2022, 9:26 pm IST

୪ ଜିଲ୍ଲା ପୋଛିନେଲା ବିଜେଡି

୪ଟି ଜିଲ୍ଲାରେ ସମସ୍ତ ଆସନ ପୋଛିନେଲା ବିଜେଡି । ଭଦ୍ରକ (୨୮/୨୮) ଦେବଗଡ଼ (୭/୭) ଝାରସୁଗୁଡା (୯/୯) ଯାଜପୁର (୩୯/୩୯) ।
Feb 28, 2022, 9:22 pm IST

ଟ୍ରେଣ୍ଡର ବହୁ ଆଗରେ ବିଜେଡି

ଟ୍ରେଣ୍ଡର ବହୁ ଆଗରେ ବିଜେଡି
ଟ୍ରେଣ୍ଡର ବହୁ ଆଗରେ ବିଜେଡି । ବହୁ ପଛରେ ପଡିଛନ୍ତି ବିଜେପି- କଂଗ୍ରେସ
Feb 28, 2022, 9:20 pm IST

ବିଜେଡ଼ିର ବିପୁଳ ବିଜୟ ପରେ ପୋଜ୍ ଦେଉଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
Feb 28, 2022, 9:16 pm IST

ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ତୃତୀୟ ଦିନରେ ବି ବିଜେଡିର ରାଜ୍। ୮୫୧ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୭୬୩ରେ ବିଜୟୀ/ଆଗୁଆ ରହିଛି। ବିଜେପି ୪୪, କଂଗ୍ରେସ ୩୭ଟି ଜୋନ୍‌ରେ ବିଜୟୀ/ଆଗୁଆ ରହିଛନ୍ତି ।
Feb 28, 2022, 6:52 pm IST

ଜନତାଙ୍କ ମୁଡ ପରଖିବାରେ ନବୀନଙ୍କର ଥିବା ଦକ୍ଷତାକୁ ଗ୍ରହଣ କରିବାକୁ ପଡିବ । ବିଭିନ୍ନ ନିର୍ବାଚନ ପୂର୍ବରୁ ଜନତାଙ୍କ ମୁଡ ପରଖିବା ସହ ଯୋଜନା ପ୍ରସ୍ତୁତ କରିଥାନ୍ତି ନବୀନ । ବିରୋଧୀ ଏହି କ୍ଷେତ୍ରରେ ବିଫଳ ହୋଇଥାନ୍ତି । ଯେଉଁଥିପାଇଁ ନବୀନ ପଟ୍ଟନାୟକ ସଫଳ ହୋଇଛନ୍ତି: ବିଜୟ ମହାପାତ୍ର, ବିଜେପି ନେତା ।
Feb 28, 2022, 6:51 pm IST

ପଞ୍ଚାୟତ ନିର୍ବାଚନର ୬ ମାସ ପୂର୍ବରୁ ହିଁ ପ୍ରସ୍ତୁତି ପର୍ବ କରିଥିଲା ବିଜେଡି । ବିରୋଧୀ ପ୍ରସ୍ତୁତି କରିନଥିଲେ, ତେଣୁ ଫଳ କେମିତି ପାଇବେ? ମୁଁ ପ୍ରଚାର କରିବାକୁ ଯାଇନଥିଲି । ମୋତେ ଦଳ ତରଫରୁ ବି କୁହାଯାଇନଥିଲା: ବିଜୟ ମହାପାତ୍ର, ବିଜେପି ନେତା ।
Feb 28, 2022, 4:52 pm IST

କିଏ କେତେ ଆସନରେ ବିଜୟୀ ?
Feb 28, 2022, 4:43 pm IST

କିଏ କେତେ ଆସନରେ ବିଜୟୀ ?
Feb 28, 2022, 4:40 pm IST

ଶେଷ ଦିନରେ ଗଣତି

ଶେଷ ଦିନରେ ଗଣତି
ଆସିଲା ସବୁ ଜୋନର ଟ୍ରେଣ୍ଡ । 851 ଯାକ ଜୋନର ଟ୍ରେଣ୍ଡ ସାମ୍ନାକୁ ଆସିଛି । ଦେଖନ୍ତୁ କିଏ ରହିଛି ଆଗରେ, କିଏ ରହିଛି ପଛରେ...???
Feb 28, 2022, 4:36 pm IST

ବିଜେପିରେ ଯୋଗ୍ୟ ନେତୃତ୍ୱ ଅଛନ୍ତି, କିନ୍ତୁ ନେତାଙ୍କ ମଧ୍ୟରେ ବୁଝାମଣାର ଆବଶ୍ୟକତା ରହିଛି । ଯେଉଁଦିନ ଦଳରେ ଏହିସବୁ କାମ ହୋଇଯିବ ଓଡିଶାରେ କୌଣସି ଦଳ ବା ଶକ୍ତି ବିଜେପିକୁ ହରାଇପାରିବ ନାହିଁ: ସୁରେଶ ପୂଜାରୀ
Feb 28, 2022, 4:36 pm IST

ଆଗାମୀ ୨୦୨୪ରେ ବଲାଙ୍ଗୀରରେ ବିଜେଡି ସାଂସଦ ସିଟ୍ ହାତେଇବ । ବିଧାନସଭା ସିଟ୍ ସଂଖ୍ୟା ମଧ୍ୟ ବଢ଼ିବ । ମୁଁ ଯେଉଁ ପଦରେ ବି ରୁହେ, ମୋର ଦାୟିତ୍ୱ ମୋ ଜିଲ୍ଲାବାସୀଙ୍କ ସେବା କରିବା । କେବଳ ଜଣେ ବିଜେଡି କର୍ମୀ ଭଳି କରୁଛି ଆଉ କରିବି : କଳିକେଶ ସିଂଦେଓ
Feb 28, 2022, 4:33 pm IST

କିଏ କେତେ ଆସନରେ ବିଜୟୀ ?

କିଏ କେତେ ଆସନରେ ବିଜୟୀ ?
READ MORE

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+